ରଫେଇ ବିବିଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୨ନମ୍ବର ୱାର୍ଡର ଜୟୀପୁରାସ୍ଥିତ ସ୍ୱର୍ଗତ ସେକ ନଇମୁଦ୍ଦିନଙ୍କ ପତ୍ନୀ ରଫେଇ ବିବିଙ୍କର ୧୦୫ବର୍ଷ ବୟସରେ ଗତ ଶନିବାର ରାତି ୧୧ଟାରେ ପରଲୋକ ହୋଇଯାଇଛି । ସେ ଜଣେ ପରୋପକାରୀ,ମିଷ୍ଟଭାଷୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ନାତି ସେକ ଗୟାସୁଦ୍ଦିନ ବଲବନ(ବଲୋ), ସେକ ରୟୀସୁଦ୍ଦିନ ବଲବନ ଓ ସେକ ମୁନସୀ ଙ୍କ ସମେତ ୩ବୋହୁ ଓ ଅଣନାତି,ନାତୁଣୀମାନେ ଉପସ୍ଥିତ ଥିଲେ । ଜୟୀପୁରା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ରଫେଇ ବିବିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରବିବାର ଅପରାହ୍ନ ୨ଟାରେ ଜନାଜା ପାଠ କରାଯାଇ ରଣପଡାସ୍ଥିତ କବରସ୍ତାନରେ ତାଙ୍କୁ କବର ଦିଆଯାଇଛି ।


