ରାଇରଙ୍ଗପୁର ରେ ବିଜୁଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବିଜୁଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ କୋଭିଡ ନିୟମ ଅନୁଯାୟୀ ରାଇରଙ୍ଗପୁର ବିଜୁଜନତା ଦଳ ତରଫରୁ ପାଳନ କରାଯାଇଛି।ପ୍ରଥମେ ଦୁର୍ଗାମଣ୍ଡପ ସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ତିରିଂ ବ୍ଲକ, ଜାମଦା ବ୍ଲକ, ବହଳଦା ବ୍ଳକ, ରାଇରଙ୍ଗପୁର ବ୍ଲକ ଓ ରାଇରଙ୍ଗପୁର ଟାଉନର ବରିଷ୍ଠ ,ଯୁବ,ମହିଳାଛାତ୍ର ନେତା,କର୍ମୀ ଏକତ୍ରିତ ହୋଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ତାପରେ ସମସ୍ତେ ପଦଯାତ୍ରାରେ ବାହାରି କୁଚେଇବୁଢ଼ୀ ସ୍ଥିତ ଦଳୀୟ କାର୍ଯ୍ୟଳୟକୁ ଯାଇ ସେଠି ଦଳୀୟ ସଭାରେ ଯୋଗଦେଇଥିଲେ।ବିଜେଡ଼ି ମୟୁରଭଞ୍ଜ ଜିଲ୍ଲା ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଚାରିଟି ବ୍ଲକ ରାଇରଙ୍ଗପୁର, ତିରିଂ, ଜମଦ।,ବହଳଦା ସମେତ ରାଇରଙ୍ଗପୁର ପୌରପରିଷଦରୁ ପାଖାପାଖି ଚାରିଶହ ରୁ ଉର୍ଦ୍ଧ୍ବ ନେତା, କର୍ମୀ ଯୋଗଦେଇଥିଲେ। ସଭା ସ୍ଥଳରେ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ଧୂପ, ଦୀପ ଚନ୍ଦନ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପୂର୍ବତନ ବିଧାୟକ ସାଇବା ସୁଶୀଲ ହାଁସଦା,ବରିଷ୍ଠ ନେତା ପାର୍ଥ ସାରଥୀ କବି, ପଙ୍କଜ ଦାସ, ରତିକାନ୍ତ ପରୀକ୍ଷା, ଗୋୖରୀ ଦତ୍ତ, ସ୍ୱରୂପ ବେହେରା, ପ୍ରଦୀପ୍ତ ମହାନ୍ତି, ସୁବାଷ ମଣ୍ଡଳ, ହରେକୃଷ୍ଣ ମଣ୍ଡଳ,ବହଳଦା ବ୍ଲକ ଅଧ୍ୟକ୍ଷ ଦୁଖୁ ହେମ୍ବ୍ରମ,ଯୁବନେତା ଦୀପ୍ତିମାନ ବଳ, ଟୋନି ପଣ୍ଡା,ଜିଲ୍ଲା ଯୁବ ସଭାପତି ଅଭିଷେକ ପଟ୍ଟନାୟକ,ରାଜ୍ୟ ଯୁବ ଯୁଗ୍ମ ସମ୍ପାଦକ ଗଣେଷ ମିଶ୍ର, ମହିଳା ରାଜ୍ୟ ସମ୍ପାଦିକା ତନୁଜା ମହାନ୍ତ, ନାରୀ ନେତ୍ରୀ ବାସନ୍ତୀ ମାର୍ଣ୍ଡି,ପୂର୍ଣ୍ଣିମା ମହାନ୍ତ, ରୁବି ସିଂ ମୋଦକ, ସୁଷମା ବେହେରା,ପ୍ରତିଭା ମହାନ୍ତ, ସତ୍ୟବତି ମହାକୁଡ଼, ରଶ୍ମିତା ମହାକୁଡ଼,ବିକି ଶର୍ମା, ପଙ୍କଜ ସିଂହ,ପ୍ରଣେଶ ମଣ୍ଡଳ, ଗତିକୃଷ୍ଣ ମହାନ୍ତ, ମିଟୁ ବାରିକ, ଗୁନୁ ମହାନ୍ତ, ଅଭିଷେକ ମହାନ୍ତି,ଅଲୋକ ମହାନ୍ତ, ଡୁମକା ହେମ୍ବ୍ରମ,ଅଶୋକ ବାଲ୍ମିକୀ,କାର୍ତ୍ତିକ ପ୍ରଧାନ, ରାଜୁ ସିଂହ,ସେକ ସଫି,ଛାତ୍ରନେତା ବିକାଶ ମହାନ୍ତ,କମଲେଶ ବଳ, ସୌମ୍ୟ ରଞ୍ଜନ ଦାସ, ବନ୍ଧନ ବଳ, ସତ୍ୟଜିତ ଦାସ,ରମଜାନ ରାମୁ, ଏସ କେ ଆମଜାଦ,ଏନ କେ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ବରିଷ୍ଠ ନେତା ପଙ୍କଜ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ