ରାଇରଙ୍ଗପୁର ଲ୍ଯାମ୍ପ ପରିସରରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ଦେଶର ଅର୍ଥନୀତି ବୃଦ୍ଧିରେ କୃଷକର ଭୂମିକା ଅବର୍ଣ୍ଣନୀୟ ।ଦେଶର ଅନ୍ନଦାତା ହେଉଛନ୍ତି କୃଷକ । ଚାଷୀ ହସିଲେ ଦେଶ ହସିବ । ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ବହୁକୃଷକ କଲ୍ୟାଣ ଯୋଜନା କରିଛନ୍ତି ।ଜମି ବାଲାଙ୍କ ପାଇଁ କାଳିଆ ଯୋଜନା ଏବଂ ଭୂମିହୀନଙ୍କ ପାଇଁ ବଳରାମ ଯୋଜନା ପ୍ରଣୟନ ସହ ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ବହୁ ଯୋଜନା କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ପଞ୍ଚାୟତରେ ଲ୍ଯାମ୍ପ ବା ସମବାୟ ବିଭାଗ ଖୋଲିଛନ୍ତି ଯାହାକି ଚାଷୀମାନଙ୍କର ପ୍ରକୃତ ବଂଧୁ ।ଆଜି ରାଇରଙ୍ଗପୁର ଲ୍ଯାମ୍ପ ପରିସରରେ ଲ୍ଯାମ୍ପ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ରାଇରଙ୍ଗପୁର ଲ୍ଯାମ୍ପ ସଭାପତି ସୁଗଧା ମାରାଣ୍ଡି ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଡିଆରସିସି କୃଷ୍ନଚନ୍ଦ୍ର ଦାସ , ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଡ଼ିଓ ସାଗର ମୁର୍ମୁ,ଏଆରସିସି ସୀମା ମୁର୍ମୁ ,,ହେମନ୍ତ ନାଏକ, ରାଇରଙ୍ଗପୁର ଲ୍ଯାମ୍ପ ପରିଚାଳିକା ଲୋପାମୁଦ୍ରା ମହାନ୍ତ,ପୁରୁଣା ପାଣି ସରପଞ୍ଚ ଦେଲହମଣି ସୋରେନ , ସାନପାଖଣା ସରପଞ୍ଚ ସାଉନା ମୁର୍ମୁ ଜିଲ୍ଲା କୃଷି ଅଧିକାରୀ କିଶୁନ ମୁର୍ମୁ,ବ୍ଳକ କୃଷି ଅଧିକାରୀ ପ୍ରଦୀପ ଦାସ, ପ୍ରାଣୀ ଅଧିକାରୀ ସୁବାସ ଚନ୍ଦ୍ର ମହାନ୍ତି, ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ରାଇରଙ୍ଗପୁର ଲ୍ଯାମ୍ପ ଅଧିନରେ ୪ ଟି ପଞ୍ଚାୟତ ଯଥା ହଳଦା ,ଭାଲୁଵସା ,ପୁରୁଣା ପାଣି ,ସାନପାଖଣା ଏବଂ ରାଇରଙ୍ଗପୁର ମ୍ୟୁନିସିପାଲିଟିର ଶତାଧିକ ଚାଷୀ, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ପିଆରଆଇ ସଭ୍ୟ,ସଭ୍ୟା ଯୋଗ ଦେଇଥିଲେ ।କ୍ୟାମ୍ପ ପରିଚାଳିକା ରାଇରଙ୍ଗପୁର ଲ୍ଯାମ୍ପର ବିବରଣୀ ପାଠ କରିଥିଲେ । ଅତିଥି ଗଣ ଚାଷୀମାନେ ଅଧିକ ଶିକ୍ଷିତ, ବୈଷୟିକ ଆହରଣ କରିବା ଦରକାର ।ସମବାୟ ସହିତ ସମସ୍ତେ ଯୋଡ଼ି ହୋଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ ହୋଇ ସୁଫଳ ପାଇଁ ପାରିବେ ।ସମବାୟ ବିଭାଗ ଚାଷୀଙ୍କ ପାଇଁ ସବୁବେଳେ ଦ୍ଵାର ଖୋଲିଛି ।ଲ୍ଯାମ୍ପ ତରଫରୁ ଋଣ,ସାର,ଵିହନ,ବିକ୍ରୟ ବ୍ୟବସ୍ଥା ରହିଛି ।ଚାଷୀ କେବଳ ଧାନ ଚାଷ କଲେ ଲାଭ ପାଇପାରିବେ ନାହିଁ ସେମାନଙ୍କୁ ଅଧିକ ଅର୍ଥକାରୀ କୃଷି,ପରିବା,ଫୁଲ, କୁକୁଡ଼ା,ଛେଳି,ମେଣ୍ଢା, ଘୁଷୁରୀ,ବତକ,ଗୋପାଳନ କଲେ ଅଧିକ ଲାଭ ପାଇ ପାରିବେ ସହ ଆର୍ଥିକ ସ୍ବାଲମ୍ବନଶୀଳ ହୋଇପାରିବେ । ପରେ ଅତିଥି ଗଣଙ୍କ ଦ୍ଵାରା ବିଶିଷ୍ଟ ଚାଷୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କିଛି ଚାଷୀଙ୍କୁ କିଶାନ କ୍ରେଡିଟ କାର୍ଡ ଦିଆଯାଇଥିଲା ।ଶେଷରେ ଏଆରସିସି ରାମଚନ୍ଦ୍ର ବିଶ୍ବାଳ ସମସ୍ତ ଅତିଥିଗଣ,ଜନ ପ୍ରତିନିଧି ଏବଂ ଅଂଚଳର ଚାଷୀ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମକୁ ଲ୍ଯାମ୍ପର ଡିଇଓ ସଂଜିତ ବାରିକ,ଆଶୁତୋଷ ମହାନ୍ତ,ରୁପାଲି ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ