ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଦାବି ଜିଲ୍ଲା ପରିଷଦ ସଭ୍ୟା ଙ୍କ ଇସ୍ଥଫା ଧମକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ବଜାରରେ ଥିବା ନଳକୂପ ଟି ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିଥିବାବେଳେ ବସୁଧା ଯୋଜନାରେ ବ୍ରହ୍ମକୁଣ୍ତୀ ଠାରେ ନିର୍ମାଣ କରାଯାଇ ଥିବା ଓଭର ହେଡ ଟାଙ୍କି ସମ୍ପୂର୍ଣ୍ଣ କାର୍ଯ୍ୟସରିଛି ।ପାଇପ ସଂଯୋଗ ମଧ୍ୟ ସରିଛି ।ମାତ୍ର ତାହା କାର୍ଯ୍ୟକ୍ଷମ କରାଯାଉନାହିଁ ।ଫଳରେ ଚାରିଛକ ଅଞ୍ଚଳ ରେ ପିଇବା ପାଣିର ସମସ୍ୟା ଉତ୍କଟ ହୋଇଛି । ପିଇବାପାଣି ର ସମସ୍ୟା ନେଇ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ ତାଙ୍କ ପାଣ୍ଠି ରୁ ଏକ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ବେଳେ ସ୍ଥାନ ନିରୂପଣ ହୋଇ ନ ପାରିବାରୁ ଅଦ୍ୟାବଧି ନଳକୂପ ବସିପାରିନି ।ଓଭର ହେଡ଼ ଟାଙ୍କୀ କୁ କାର୍ଯ୍ୟକ୍ଷମ କରିବା ଲାଗି ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରବୀର ବଳ ଙ୍କୁ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ସେ ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି। ପିଇବାପାଣି ସମସ୍ୟା ର ସମାଧାନ ଲାଗି ପାନୀୟ ଜଳ ଯୋଗାଣ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବାରୁ ସେ ବାଧ୍ୟ ହୋଇ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଧମକ ଦେବା ସହ ଏ ସମ୍ପର୍କରେ ସେ ମନ୍ତ୍ରୀ ସମିର ରଞ୍ଜନ ଦାଶ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବ୍ଲକ ବିଜେଡି ସଭାପତି ଅଶୋକ ସାହୁ ଙ୍କୁ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି। ଆସନ୍ତା ୧୫ ତାରିଖ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ସେ ଜିଲ୍ଲା ପରିଷଦ ସଭ୍ୟା ପଦ ରୁ ଇସ୍ତଫା ଦେବେ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ଘଟଣା ଏବେ ସମଗ୍ର ନିମାପଡ଼ା ଓ
ଚାରିଛକ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ