ରାଜନଗର ତହସିଲଦାରଙ୍କ ଅବହେଳା ପ୍ରତିବାଦରେ ଗଣଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସାତଭାୟା ପଞ୍ଚାୟତର ଅନୁସୂଚିତ ବର୍ଗର ପରିବାର ପକ୍ଷରୁ ବଗପାଟିଆରେ ଥଇଥାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ରାଜନଗର ତହସିଲଦାର ପୂର୍ବରୁ ଥିବା ଥଇଥାନ ସ୍ଥଳୀ ବଗପାଟିଆରେ ଖାଲି ପ୍ଲଟ ଗୁଡିକୁ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଆବଣ୍ଟିତ କରିଦେଛନ୍ତି । ଯେଉଁ ପ୍ଲଟ ଗୁଡିକ ଆବଣ୍ଟନ କରାଯାଇଛିସେହି ପ୍ଲଟ ଗୁଡିକର ତାଲିକା ବିରୋଧରେ ତହସିଲଦାରଙ୍କ ବିଜ୍ଞାପନ ନମ୍ବର ୧୬୬୨ ତା ୧୯.୦୯.୨୦୧୮ରେ ଗଣଧାରଣାକାରୀମାନେ ଦୁଇଥର ପ୍ରତିବାଦ କରି ସେମାନଙ୍କୁ ଘରଡିହ ଯୋଗାଇ ଦିଆଯିବାକୁ ଦାବି କରିଥିଲେ । ସେତେବେଳେ ତହସିଲଦାର ସେମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେମାନଙ୍କ ଦାବିକୁ ବିଚାର କରାଯିବ ବୋଲି । ତେଣୁ ସେମାନେ ଆବଣ୍ଟିତ ନକରି ଫେରିଯାଇଥିଲେ । ଏସମ୍ପର୍କରେ ନୟାୟ ନପାଇବାରୁ ୮ଜଣ କୋର୍ଟର ଆଶ୍ରୟ ନେଇଥିଲେ । ୧୩୮ଜଣଙ୍କୁ ସେମାନଙ୍କ ଇଛା ଅନୁଯାୟୀ ତହସିଲଦାର ଜମି ପ୍ରଦାନ କରିଛନ୍ତି । ସେହି ଆଧାରରେ ଗଣଧାରଣାକାରୀମାନଙ୍କୁ ଜମି ଚିହ୍ନଟ ଦେବାକୁ ସେମାନେ ଦାବି କରି ଆସୁଛନ୍ତି । ତହସିଲଦାରଙ୍କୁ ଏହି ।ନୁସୂଚିତ ବର୍ଗର ପରିବାରମାନେ ଯେତେ ନିବେଦନ କଲେବି ତହସିଲଦାର ସେମାନଙ୍କ କଥା ନଶୁଣି ମନଇଛା ଖିଲମାରି ଚିହ୍ନଟ ଦେଇଥିବା ଅଭିଯୋଗ ହୋଇଛି । ସରକାର ସାତଭାୟା ପଞ୍ଚାୟତକୁ ୨୦୧୧ମସିହାରେ ଥଇଥାନ ପାଇଁ ସ୍ୱୀକୃତି ପ୍ରଦାନ କଲେ । ଯଦିଓ ୭୧୧ ପରିବାରକୁ ଥଇଥାନ କରାଯିବାକୁ ସ୍ଥିର କରାଯାଇଥିଲା କିନ୍ତୁ ତହସିଲଦାର ସେତେବେଳେ ୫୭୧ ପରିବାରକୁ ତାଲିକା ଭୁକ୍ତ କରିଥିଲେ । ସେଥିପାଇଁ ବଞ୍ଚିତ ପରିବାରଙ୍କ ପକ୍ଷରୁ ପ୍ରତିବାଦ ହେବା ସହ ନ୍ୟାୟ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ । ୨୦୧୧ ମସିହାରେ କୋର୍ଟ ୮ସପ୍ତାହ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଜମି ଦେବାକୁ ସରକାରଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ । ୩ବର୍ଷ ପରେ ତହସିଲଦାର ୫୭୧ ପରିବାର ସହିତ ୬୫ପରିବାରକୁ ୨୦୧୫ମସିହାରେ ଘରଡିହ ଦେବାକୁ ବିଜ୍ଞାପନ ପ୍ରକାଶ କରିଥିଲେ କିନ୍ତୁ ଦିଆଗଲା ନାହିଁ । ପୁନର୍ବାର ୨୦୧୮ମସିହାରେ ୨୪୭ପରିବାରକୁ ତାଲିକା ବିଜ୍ଞାପିତ କରାନଯାଇ ନୋଟିସ କରାଗଲା ଜମି ଚିହ୍ନଟ ପାଇଁ । କିନ୍ତୁ ସେଥିରେ ଅଭିଯୋଗକାରୀମାନଙ୍କ ନାମ ନଥିଲା । ପୁନର୍ବାର ୨୦୨୧ମସିହାରେ କୋର୍ଟର ଆଶ୍ରୟ ନେଲେ । କୋର୍ଟଙ୍କ ନିର୍ଦେଶ ମତେ ଜମି ଚିହ୍ନଟ ଦିଆଯାଇଥରଲେ ମଧ୍ୟ ସେମାନଙ୍କ ଦାବି ବିଚାରକୁ ନିଆଯାଇନଥିବା ଅଭିଯୋଗ ହୋଇଛି । ତେଣୁ ବଗପାଟିଆ ଥଇଥାନସ୍ଥଳୀକୁ ପ୍ରତ୍ୟେକ୍ଷ ପରିଦର୍ଶନ କରାଯାଇ ସେମାନ୮୍‌କୁ ନୟାୟ ପ୍ରଦାନ କରାଯିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାତଭାୟା ପୁର୍ନବସତି ଓ ଥଇଥାନ ମଞ୍ଚର ଆବାହକ ଡଃ. ଧରଣୀଧର ରାଉତ, ମେଘନାଦ ମଳିକ, କରୁଣାକର ମଳିକ, ମୁରଲୀ ମଳିକ, ସର୍ବେଶ୍ୱର ମଳିକ ପ୍ରମୁଖ ଗଣଧାରଣାରେ ବସିରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ