ରାଜନେତାଙ୍କ ଭିଡ ଜମିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତଥା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଝାମୀ ଗ୍ରାମ ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ରାଜନେତାଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା । ଚଳିତ ମାସରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି । ସେହିଭଳି ଲୋକଙ୍କ ଆହୁରି ନିକଟ ତର ହେବା ଓ ଦଳୀୟ ପ୍ରଚାର ଆଶାରେ ବିଭିନ୍ନ କାର୍ଯ୍ୟକ୍ରମମାନ କରୁଛନ୍ତି । ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ମଧ୍ୟ ହାତଛଡା କରୁନାହାନ୍ତି ବିଭିନ୍ନ ଦଳର ନେତା ଓ କର୍ମୀମାନେ । ଅନୁଷ୍ଠିତ ହୋଇଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଭାଜପା ଜିଲ୍ଲାସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷ ସିଏଚ୍‌.ସିମାଦ୍ରୀ ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀ ନେତା ଓ କର୍ମୀମାନେ ଯୋଗଦେଇଥିଲେ । ସେହିପରି ବିଜେଡି ଦଳ ମଧ୍ୟ ଏହି ସୁଯୋଗକୁ ହାତଛଡା ନ କରି ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ଏବଂ ତାଙ୍କ ଦଳୀୟ ଟିମ୍ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ତେବେ ସେ ଯାହାହେଉ ନା କାହିଁକି ଦଳମତ ନିର୍ବିଶେଷରେ ଏଭଳି ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଉଥିବା ନେତା ଓ କର୍ମୀମାନେ ଭଗବାନଙ୍କୁ ଚିଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବଇତରଣୀ ପାର କରାଇଦେବାପାଇଁ ନିଶ୍ଚିତ ପ୍ରାର୍ଥନା କରିଥିବେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ