କାଶୀନଗର ପୋଲିସର ସଫଳତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ୪ନମ୍ବର ରାଜ୍ୟ ରାଜପଥର ପୁଲିଗୁମି ଛକରେ କାଶୀନଗର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଏକ ହିରୋ ଗ୍ଲାମର ବାଇକ (ଓଡି ୧୮ ୧୯୪୬) କୁ ଅଟକାଇଥିଲେ । ସେଥିରେ ଲାଗିଥିବା ଏକାଧିକ ଜରି ବ୍ୟାଗ ଗୁଡିକୁ ଯାଞ୍ଚ କଲା ବେଳେ ଉକ୍ତ ବ୍ୟାଗ ଗୁଡିକରେ ୩୨୫ ବୋତଲ ନକଲି ବିଦେଶୀ ମଦ (ଆଇଏମ୍ଏଫଏଲ୍) ଥିବାର ଜଣା ପଡିଥିଲା । ବାଇକ୍ ଚାଳକ ନିମାଲାପୁରି ସଂଜୀବ କୁମାରଙ୍କୁ ଗିରଫ କରି କାଶୀନଗର ଥାନାରେ ମାମଲା ରୁଜୁ ପରେ କୋର୍ଟ ଚାଲାଣ କରାଯାଇଛି । କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ଏନେଇ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ, ଅଭିଯୁକ୍ତର ଘର ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ବନ୍ଧୁଗୁଡା ଗ୍ରାମ । ଏହି ମାମଲାକୁ ନେଇ ଏସ୍ଡିପିଓ ରାମକୃଷ୍ଣ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକ ତଦନ୍ତ ଜାରି ରହିଥିବାର ଜଣାପଡିଛି । ଅନ୍ୟ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଥାନା ଅଧିକାରୀ ଶ୍ରୀସାହୁ ସୂଚନା ଦେଇଛନ୍ତି ଯେ, ଏକ ବଳତ୍କାର ମାମଲାରେ ଦେବଦଳା ଗ୍ରାମର ହେମନ୍ତ ମିସାଲ ନାମକ ଅଭିଯୁକ୍ତ ଫେରାର ଥିଲା । ଗଜପତି ଏସ୍ପି ଶ୍ରୀ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଓ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରୀ ରହିଥିଲା । ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଥିବାର କୌଣସି ସୁତ୍ରରୁ ଖବର ପାଇ ପୋଲିସ ତାକୁ ଗିରଫ କରିଥିବାର ସୂଚନା ପ୍ରଦାନ କରାଯାଇଛି । ଏନେଇ ଉକ୍ତ ଗ୍ରାମର ଗୀତାଞ୍ଚଳୀ ଲିମାଙ୍କ ଲିଖିତ ଅଭିଯୋଗ ପ୍ରକାରେ କାଶୀନଗର ଥାନାରେ ୩୮/୨୧ରେ ଏକ ମାମଲା ରୁଜୁ ହୋଇଥିଲା ।


