ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟସ ଫୋରମ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟସ ଫୋରମ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଫୋରମ ପକ୍ଷରୁ ଜିଲ୍ଲା ସଭାପତି ଉମେଶ ପାଢୀଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସହର ଉପକଣ୍ଠ ଦୁହୁରିଆ କୁଷ୍ଠକଲୋନୀର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ସହିତ କରୋନା ସହାୟତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଂଗ୍ରେସ ପଛୁଆବର୍ଗ ସେଲର ରାଜ୍ୟ ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ, ଆଇ.ଏନ.ଟି.ୟୁ.ସି.ର ରାଜ୍ୟ ଉପସଭାପତି ସନ୍ତୋଷ କୁମାର ବେହେରା, ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟସ ଫୋରମର ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ଚୈାଧୁରୀ ପ୍ରମୁଖ ଯୋଗଦେଇ କୁଷ୍ଠ କଲୋନୀର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଓ କରୋନା ସହାୟତା ବଣ୍ଟନ କରିଥିଲେ । ଏଥିସହିତ ଚିକିତ୍ସାଧିନ ଅବସ୍ଥାରେ କରୋନାରେ ମୃତ୍ୟୁ ବରଣ କରିଥିବା ଯୁବ କଂଗ୍ରେସର ସଂଗଠକ ସଂଗ୍ରାମ ଜେନାଙ୍କ ଆତ୍ମାରସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୋରମର ସଦସ୍ୟମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ