ରାଜ୍ୟର ପ୍ରଥମ ମହିଳା ପୁଲିସ୍ ଅଧିକାରିଣୀ ବିଦ୍ୟା ଭାରତୀ କଲେ ପ୍ଲାଜମା ଦାନ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ପୋଲିସ ପାଇଁ ଗର୍ବ ଆଣି ଦେଇଛନ୍ତି ଫୁଲବାଣୀ ଆଦର୍ଶ ଟାଉନ ଥାନା ଏସଆଇ ବିଦ୍ୟା ଭାରତୀ ଓ କନେଷ୍ଟବଳ ଜୟନ୍ତ ଭଦ୍ର । ଏ ଦୁଇ କରୋନା ଯୋଦ୍ଧା କରୋନା ସଂକ୍ରମତ ହୋଇ କିଛି ଦିନ ପୂର୍ବ ସୁସ୍ଥ ହୋଇ ଦାୟିତ୍ୱରେ ଯୋଗଦେଇଥିଲେ । ତେବେ ସେମାନେ ଆଜି କଟକ ଏସସିବି ମେଡିକାଲ କଲେଜକୁ ଯାଇ ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି । ରାଜ୍ୟ ପ୍ରଥମ ମହିଳା ପୁଲିସ୍ ଅଧିକାରିଣୀ ଭାବେ ବିଦ୍ୟ ଭାରତୀ ପ୍ଲାଜମା ଦାନ କରି ପୁଲିସ୍ ବିଭାଗକୁ ଗୌରବାନ୍ୱିତ କରିଥିବାରୁ ଆଜି ଓଡିଶା ପୁଲିସ୍ ନିଜ ଟୁଇଟର ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ ତାଙ୍କର ଏଭଳି କାର୍ଯ୍ୟ ପାଇଁ ଜିଲ୍ଲାପାଳ ଡା ବୃନ୍ଦା ଡି ଓ ଏସପି ଭିନୀତ୍ ଅଗ୍ରୱାଲଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ମାନ ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ