ରାଜ୍ୟସ୍ତରୀୟ କରାଟେ ଚମ୍ପିୟନସିପ୍‌ ଆଇଜିକେଏ ଓଡିଶାକୁ ବୃହତ ସଫଳତା

ପାରାଦୀପ, (ପୀତବାସ ପ୍ରଧାନ) :-କଟକ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓପନ ଟ୍ରାଡିସିନାଲ୍ ସୋଟୋକାନ୍ କରାଟେ ଫେଡେରେସନ୍ ଅଫ୍ ଇଣ୍ଡିଆ (ଟିଏସକେଏଫ୍‌ଆଇ) ପକ୍ଷରୁ ଆୟୋଜିତ ଚମ୍ପିୟନସିପ୍‌ରେ ଇଂଟରନ୍ୟାସନାଲ୍ ଗୋସୋ କୋରିଓ କରାଟେ ଡୋ ଆସୋସିଏସନ୍‌(ଆଇଜିକେଏ) ଓଡିଶାର କରାଟୋକାଙ୍କୁ ବିପୁଳ ସଫଳତା ମିଳିଛି । ରବିବାର ଦିନ କଟକ ଠାରେ ଆୟୋଜିତ ଏହି ଚମ୍ପିଅନସିପ୍‌ରେ ଆଇଜିକେଏ ପାରାଦୀପର ରୁଦ୍ରାଦିତ୍ୟ ସାହୁ, ଆଦିତି ପାଣିଗ୍ରାହୀ, ଓମ୍ ବିଷ୍ଣୁ ପ୍ରସାଦ ସାହୁ, ବୈଷ୍ଣବୀ ହାନ୍ସଦା, ବିଶ୍ୱଜିତ ବାରିକ, ଅର୍ନ୍ତଯ୍ୟାମୀ ଖିଲାର, ରଘୁନାଥ ପରିଡା, ରାହୁଲ୍ ଭୋଇ, ବିଶ୍ୱନାଥ ପରିଡା, ଅଙ୍କିତ ବାରିକ, ସୁଶୀଲ କୁମାର ସାମନ୍ତରାୟ,ଶଙ୍କର ଚରଣ ଭୋଇ,ରାଜେନ୍ଦ୍ର ମାଝୀ, ସ୍ନେହାଂଶୁ ମଲ୍ଲିକ ଓ ଶୁଭସ୍ମିତା ମଲ୍ଲିକ ପଦକ ହାସଲ କରି ପାରାଦୀପ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଆଇଜିକେଏ ପାରାଦୀପ ପକ୍ଷରୁ ଅଫିସିଆଲ୍ ଭାବେ ରଶ୍ମି ରଂଜନ ମଲ୍ଲିକ, ଯଦୁ ହାନ୍ସଦା, କିସନ କୁମାର ଜୈସ୍ୱାଲ ଓ ସୁଧାଂଶୁ ବାରିକ ଯୋଗ ଦେଇଥିଲେ । ଆଇଜିକେଏର ରାଜ୍ୟ ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ସଂଜୟ ଶାହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାରାଦୀପର କରାଟେକାମାନେ ୫ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨୦ଟି ବ୍ରୋଂଚ ପଦକ ହାସଲ କରିଥିବାରୁ ପରିଚାଳନା ସମ୍ପାଦକ ସଂଜୟ କୁମାର ମିଶ୍ର ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସଫଳତା କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ