ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ : ୟୁନିକ କେନ୍ଦୁଝରର ବୃହତ ବିଜୟ

ହାଟଡିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ସୁନ୍ଦରାପାଳ ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ପ୍ରଥମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିର ଦ୍ୱିତୀୟ ମ୍ୟାଚରେ ୟୁନିକ କେନ୍ଦୁଝର ୟୁଏଣ୍ଡମି ବାଲେଶ୍ୱରକୁ ପରାସ୍ତ କରିଛି । ଗଡଚଣ୍ଡୀ ଷ୍ପୋର୍ଟସ ଆସୋସିଏସନ ଅୁନୁକୁଲ୍ୟରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ୟୁ ଏଣ୍ଡ ମି ବାଲେଶ୍ୱର ପ୍ରଥମେ ଟସଜିତି ଫିଲଡିଂ କରିବାକୁ ନିଷ୍ପତି ନେଇଥିଲା । ୟୁନିକ କେନ୍ଦୁଝର ନିର୍ଦ୍ଧାରିତ ୨୦ଓଭରରେ କ୍ଷମା ସାଗରଙ୍କ ଧୁଆଁଧାର ବ୍ୟାଟିଂ ଦ୍ୱାରା ୪ଉଇକେଟ ହରାଇ ୨୮୮ରନ କରିଥିଲା । କ୍ଷମାସାଗର ୫୪ବଲରେ ୧୧ଚୌକା ଓ ୧୨ଟି ଛକା ସହିତ ୧୩୨ରନ କରିଥିଲେ । ତାର ଜବାବରେ ୟୁଏଣ୍ଡ ମି ବାଲେଶ୍ୱର ୮ଉଇକେଟ ହରାଇ ମାତ୍ର ୧୬୫ରନ କରିବାକୁ ସମର୍ଥ ହୋଇଥିଲା । ଦଳପକ୍ଷରୁ ବସନ୍ତ ମହାଳିକ ସର୍ବାଧିକ ୭୫ରନ କରିଥିଲେ । ରଞ୍ଜନ କୁମାର ମହାନ୍ତି ଓ ଶାନ୍ତନୁ କୁମାର ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତି ରଞ୍ଜନ ଜେନା ଓ ଚିନ୍ତାମଣୀ ବିଶ୍ୱାଳ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୁଧାଶୁଂ ନାୟକ ଓ ସୟଦ ହାସିମ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ବିଭୁତି ସେଠୀ ଅତିଥି ଭାବେ ଯୋଗଦେଇ ୟୁନିକ କେନ୍ଦୁଝରର କ୍ଷମାସାଗର ବଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରଷ୍କାର ପ୍ରଦାନ କରିଥିଲେ । ସୁଧାଶୁଂ ଭୁଷଣ ମଲ୍ଲିକ, ପ୍ରଦ୍ୟୁମ୍ନ ମଲ୍ଲିକ, ପ୍ରଦ୍ୟୁମ୍ନ ରାଉତ, ପ୍ରଦ୍ୟୁମ୍ନ ପାତ୍ର, ଧନଞ୍ଜୟ ପାତ୍ର, ଜନ୍ମେଜୟ ପାତ୍ର, ହେମନ୍ତ କୁମାର ସାମଲ, ସୋମନାଥ ସ୍ୱାଇଁ, ବଳରାମ ଜେନା, ଶିଶିର କୁମାର ବେହେରା, ନିର୍ମଳ ସେଠୀ, ଅଲେଖ ପାତ୍ର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ