ସ୍କୁଲ ଖୋଲା ସମୟକୁ ନେଇ ଦ୍ୱନ୍ଦ, ଫେରିଲେ ଛାତ୍ରଛାତ୍ରୀ
ହାଟଡିହି, (ବିକାଶ ବିଶ୍ୱାଳ) : କରୋନା ମହାମାରୀ ପାଇଁ ବର୍ଷବର୍ଷ ଧରି ବିଦ୍ୟଳୟ ଗୁଡିକ ବନ୍ଦ ରହିବାପରେ ଗତ କିଛିଦିନ ହେଲା ସ୍କୁଲ ଖୋଲିଛି । ଆଜି ଶନିବାର ଥିବାରୁ ସ୍କୁଲ ଖୋଲା ସମୟକୁ ନେଇ ବିଭିନ୍ନ ସ୍କୁଲରେ ଦ୍ୱନ୍ଦ ଉପୁଜିଥିଲା । କିଛି ସ୍କୁଲ ସକାଳୁଆ ଖୋଲିଥିବାବେଳେ ଆଉ କିଛି ସ୍କୁଲ ୧୦ଟା ବେଳେ ଖୋଲାଯାଉଥିବା ଦେଖିବାକୁ ମିଳିଥିଲା । ଆଜି ନୁଆରମ୍ପାସ ସ୍କୁଲରେ ସକାଳ ୭ଟାବେଳେ ଛାତ୍ରଛାତ୍ରୀ ମାନଙ୍କୁ ଆସିବାକୁ କୁହାଯାଇଥିବାବେଳେ ଛାତ୍ରଛାତ୍ରୀ ମାନେ ସ୍କୁଲ ଆସିବା ବେଳକୁ ବିଦ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶିକ୍ଷା ବିଭାଗର ଅଧିକାରୀମାନେ ଏନେଇ କୌଣସି ନିର୍ଦ୍ଦିଷ୍ଟ ନିୟମ କରିନଥିବାରୁ ଶିକ୍ଷକ ମାନେ ଅଯଥା ଅପବାଦ ମୁଣ୍ଡାଉଛନ୍ତି ବୋଲି ଶିକ୍ଷକମାନେ କହିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିବାକୁ ଦାବି ହୋଇଛି ।


