ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ : ଫାଇନାଲରେ ୟୁନିକ ଏକାଡେମୀ ଭଦ୍ରକ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସୁନ୍ଦରାପାଳ ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ପ୍ରଥମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଗଡଚଣ୍ଡୀ ଷ୍ପୋର୍ଟସ ଆସୋସିଏସନ ଅୁନୁକୁଳ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ୟୁନିକ ଏକାଡେମୀ ଭଦ୍ରକ ଏମ.ସି.ସି ଯାଜପୁର ଟାଉନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସଜିତି ଏମସିସି ଯାଜପୁର ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ୬ଉଇକେଟରେ ୧୬୦ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ନିଶିକାନ୍ତ ରାଉତ ସର୍ବାଧିକ ୩୬ବଲରେ ୫୦ରନ କରିଥିଲେ । ତାର ଜବାବରେ ୟୁନିକ ଏକାଡେମୀ ଭଦ୍ରକ ୧୯ଓଭରରେ ୬ଉଇକେଟ ହରାଇ ୧୬୨ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ଅନୁପ ପାଲ ସର୍ବାଧିକ ୪୮ରନ ସଂଗ୍ରହ କରିଥିଲେ । ଲଲାଟ କେଶରୀ ନନ୍ଦ ଓ ଶାନ୍ତନୁ କୁମାର ରାଉତ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତି ରଞ୍ଜନ ଜେନା ଚିନ୍ତାମଣୀ ବିଶ୍ୱାଳ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୟଦ ହାସିମ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ବିଶିଷ୍ଟ ସମାଜସେବୀ ଅଲେଖ ଚନ୍ଦ୍ର ମଲ୍ଲିକ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅରୁପ ପାଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା । ପ୍ରଦ୍ୟୁମ୍ନ ମଲ୍ଲିକ, ପ୍ରଦ୍ୟୁମ୍ନ ରାଉତ, ଅଲେଖ ପାତ୍ର, ମଧୁସୁଦନ ମଲ୍ଲିକ, ତରଣୀସେନ ମଲ୍ଲିକ,ଜଗବନ୍ଧୁ ବିରୁଆ, ପଦ୍ମଲୋଚନ ରାଉତ, ସତ୍ୟବ୍ରତ ରାଉତ, ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ୟୁ ଏଣ୍ଡ ମି ବାଲେଶ୍ୱର ଓ ୟୁନିକ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହେବ ।


