ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ‘ଦେଶାତ୍ମକବୋଧ ଓ ରାଷ୍ଟ୍ରଗଠନ’ ସମ୍ପର୍କରେ ଏକ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ସି.ୱାଇ.ଏସ୍‌.ଡ଼ି ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସି.ୱାଇ.ଏସ୍‌.ଡ଼ି.ର ସହ ପ୍ରତିଷ୍ଠାତା ଡ. ଜଗଦାନନ୍ଦ, ସମ୍ମାନିତ ଅତିଥି ରୂପେ ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା ଶାଖାର ଆଞ୍ଚଳିକ ନିର୍ଦ୍ଦେଶିକା ରୀତା ଭଗତ, ଉପ-ନିର୍ଦ୍ଦେଶକ ବିମଲ ପାଟ୍ରିକ୍ ଶାହା, ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାର ପ୍ରମୁଖ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନାର ଅଧିକାରୀ ରଘୁନାଥ ମଣ୍ଡଳ, ଭୁବନେଶ୍ୱର ବ୍ଲକର ଅବସରପ୍ରାପ୍ତ ଶିକ୍ଷା ସହାୟକ ଅଧିକାରୀ ବିଧୂଭୂଷଣ ପଟ୍ଟନାୟକ, ସଂଗଠନର ଉପନିର୍ଦ୍ଦେଶକ ବିମଳ ପାଟ୍ରିକ୍ ଶାହା ବକ୍ତୃତା ପ୍ରତିଯୋଗିତାର ବିଚାରକ ମଣ୍ଡଳୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହି ପ୍ରତିଯୋଗିତାରେ ଅନୁଗୁଳର ଖୁସି ରାୟ ପ୍ରଥମ, ବରଗଡ଼ ଜିଲ୍ଲାର ରାଣୀ ମିଶ୍ର ଦ୍ୱିତୀୟ ଏବଂ ଢେଙ୍କାନାଳ ଜିଲ୍ଲାର ପ୍ରୀତିଶା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସୂଚନାଯୋଗ୍ୟ, ଓଡ଼ିଶାର ୩୦ଟି ଜିଲ୍ଲାରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ଲାଭ କରିଥିବା ୩୦ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରବେଶ କରିବାର ସୁଯୋଗ ପାଇଥିଲେ । ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନେ ଜାତୀୟସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି ବୋଲି ସଂଗଠନର ସହ ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂହ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର ସଂଗଠନର କୈଳାସ ଚନ୍ଦ୍ର ମହାନ୍ତି, କୁଳମଣି ମଲ୍ଲିକ, ଶଶାଙ୍କ ଶେଖର ମହାପାତ୍ର, ଶୁଭେନ୍ଦ୍ରନାଥ ସାହୁ, ତାପସ କୁମାର ସାହୁ, ପ୍ରଫୁଲ୍ଲ କୁମାର ଡ଼ାକୁଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ