ରାଜ୍ୟ ସ୍ତରୀୟ ବାରବାଟି କ୍ରିକେଟ ଖୋର୍ଦ୍ଧା ଫାଇନାଲ ରେ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ବାରବାଟି କ୍ରିକେଟ କପ୍ ତଥା ଦ୍ବିତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ ତଥା ପ୍ରଥମ ସେମିଫାଇନାଲ ରେ ପରସ୍ପରକୁ ଭେଟିଥିଲେ ଭୁବନେଶ୍ୱରର ରାମେଶ୍ବର ସ୍ପୋଟିଙ୍ଗ ଓ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ୍।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ଖୋର୍ଦ୍ଧା ପଡିଆକୁ ଓହ୍ଲାଇ ୨୯.୨ଓଭରରେ ସମସ୍ତ ଉଇକେଟ ହରାଇ ୧୭୪ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ଆୟଶ୍ରୀ ଦେବାଶିଷ ଭଟ୍ଟ ୭୧ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ବିଭୁପ୍ରସାଦ ସେଠୀ ୬ଓଭର ବୋଲିଙ୍ଗ କରି ୧୭ରନ୍ ଦେଇ ୪ଟି ଉଇକେଟ୍ ଓ ନିହାର ଭୂୟାଁ ୫.୨ଓଭର ବୋଲିଙ୍ଗ କରି ୨୧ରନ୍ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ।ଜବାବରେ ରାମେଶ୍ବରର ନିହାର ଭୂୟାଁ ୪୩ ଓ ବିଶ୍ୱଜିତ ଭୂୟାଁଙ୍କ ୩୨ରନ୍ ଯୋଗୁଁ ଦଳ ୨୯.୩ଓଭରରେ ସମସ୍ତ ଉଇକେଟ ହରାଇ ୧୬୮ରନ୍ ସଂଗ୍ରହ କରିଥିଲା।ପ୍ରତିପକ୍ଷ ବୋଲର ସତ୍ୟ ପାଢୀ ୬ଓଭର ବୋଲିଙ୍ଗ କରି ୩୨ରନ୍ ଦେଇ ୩ଟି ଉଇକେଟ୍ ଅକ୍ତିଆର କରିଥିଲେ।ଖୋର୍ଦ୍ଧା ୬ରନରେ ରାମେଶ୍ବରକୁ ହରାଇ ଫାଇନାଲରେ ପ୍ରବେଶ କରିଛି।ଅମ୍ପାୟାର ଅୟେଶକାନ୍ତ ମିଶ୍ର ଓ ଶ୍ବେତପର୍ଣ୍ଣ ରାୟ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ।ଆୟଶ୍ରୀ ଦେବାଶିଷ ଭଟ୍ଟ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଅତିଥି ଭାବେ ପୋଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର ଯୋଗଦେଇଥିଲେ।ଆସନ୍ତା କାଲି ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଭୁବନେଶ୍ୱରର ପ୍ରଗତି ସ୍ପୋଟିଙ୍ଗ ଓ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟସ୍ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।


