ରାଜ୍ୟ ସ୍ତରୀୟ ମିଡ଼ିଆ ଫେଷ୍ଟ ଜାନୁଆରୀରୁ ଆରମ୍ଭ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆସନ୍ତା ଜାନୁଆରୀ ମାସରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୁଇ ଦିନିଆ ମିଡ଼ିଆ ଫେଷ୍ଟ ଅନୁଷ୍ଠିତ ହେବାପାଇଁ ଆଜି ଏକ ବୈଠକ ରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି l ସେଥିପାଇଁ ଆଜି କୋଣାର୍କ ସ୍ଥିତ ସରକାରୀ ଡାକ ବଙ୍ଗଳାରେ ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ସତ୍ୟ ଖବର ର ସମ୍ପାଦକ ତଥା ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଅକ୍ଷୟ ନାୟକ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ରେ ପୁରୀ ଜିଲ୍ଲା ର ବରିଷ୍ଟ ସାମ୍ବାଦିକମାନେ ଯୋଗ ଦେଇଥିଲେ l ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ମିଡ଼ିଆ ଫେଷ୍ଟ ରେ ବ୍ଲକ ସ୍ତରୀୟ ଠାରୁ ଜାତୀୟ ସ୍ତରୀୟ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଓ ସାମ୍ବାଦିକା ମାନେ ଯୋଗ ଦେବେ l ଏହା ଦୁଇଦିନ ବ୍ୟାପି ପୁରୀ ଠାରେ ଅନୁଷ୍ଠିତ ହେଵ ବୋଲି ଆଜିର ବୈଠକ ରେ ସ୍ଥିର କରାଗଲା l ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା, ୧୦ ଲକ୍ଷ ଟଙ୍କାର ଜୀବନ ବୀମା କରିବା, ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଙ୍କୁ ପେନସନ ଲାଗୁ କରିବା, ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ଆଦି ବିଷୟରେ ସଂଘ ପକ୍ଷରୁ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା l ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଘ କୁ ମିଳିଥିବା କାର୍ଯ୍ୟାଳୟ ର ଦୁଇ ବଖରା ଛାତ ଘର ସମ୍ପର୍କ ରେ ମଧ୍ୟ ଆଲୋଚନା ହୋଇଥିଲା l ସଂଘ ର ସମ୍ପାଦକ ସତ୍ୟନାରାୟଣ ଦାଶ ଓ ସଂଘର କାର୍ଯ୍ୟକାରିଣୀ ସଭାପତି ନିମାଇଁ ଚରଣ ମହାନ୍ତି ଏବଂ ସଂଘ ର ସକ୍ରିୟ ତଥା ବରିଷ୍ଟ ସାମ୍ବାଦିକ ବିଜୟ ପଟ୍ଟନାୟକ, ପ୍ରଶାନ୍ତ ସାହୁ, ପୁରୁଷୋତ୍ତମ ପଲାଇ, କେଦାରନାଥ ସାହୁ, ସଚ୍ଚିଦାନନ୍ଦ ଗୋଛାୟତ, ପ୍ରତାପ କାଣ୍ଡି, ଜ୍ୟୋତିରଞ୍ଜନ ମହାନ୍ତି, ନୃସିଂହ ମହାନ୍ତି, ସୁକାନ୍ତ ବିଶ୍ୱାଳ, ଅବନୀ ବାରିକ,ରାଜୀବ ଲୋଚନ ପୃଷ୍ଟି, ସୁରେଶ କୁମାର ମହାନ୍ତି, ରଞ୍ଜନ ଗାଙ୍ଗୁଲି, ବିଜୟ ମିଶ୍ର, ଧନଞ୍ଜୟ ବେହେରା, ଶିଶିର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସଂଘ ର ସାଙ୍ଗଠନିକ କାର୍ଯ୍ୟ ଓ ସମସ୍ୟା ସଂକ୍ରାନ୍ତ ରେ ଆଲୋଚନା କରିବସହିତ ମାନ୍ୟବର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ନିଜର ଦାବୀ ଉପସ୍ଥାପନା କରିବା ପାଇଁ ସ୍ଥିର କରାଯଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ