ରାତି ପାହିଲେ ସାବିତ୍ରୀ ଫଳଦର ଆକାଶ ଛୁଆଁ : ଚିନ୍ତାରେ ସତ୍ୟବାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ରାତି ପାହିଲେ ସାବିତ୍ରୀ ଅମାବାସ୍ୟା । ସତ୍ୟବାନଙ୍କ ପାଇଁ ସାବିତ୍ରୀ କରିବେ ବ୍ରତ ଓ ଦିବସ ଭରି ଓଷା । କରୋନା ମହାମାରୀ ପାଇଁ ବିଗତ ଦୁଇ ବର୍ଷ ହେବ ସାବିତ୍ରୀ ଅମାବାସ୍ୟା ଫିକା ପଡିଯାଇଥିବା ବେଳେ ଚଳିତ ବର୍ଷ ଏହା ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହେବ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଗ୍ରାମ୍ୟ ବଜାର ଠାରେ ଆଜିଠାରୁ ଦୋକାନୀ ମାନେ ନୂଆ ନୂଆ ଫଳ ବିକ୍ରୟ ଆରମ୍ଭ କଲେଣି । ବ୍ଲକର ମଞ୍ଜୁରୀରୋଡ଼, କୁଲଣା, ବାରିକପୁର, ପଟାପୋଲ ପ୍ରମୁଖ ବଜାର ଗୁଡିକରେ ସାବିତ୍ରୀ ସତ୍ୟବାନଙ୍କ ଭିଡ଼ ହେଉଥିବା ଦେଖାଯାଉଛି। ବିଶେଷ କରି ସତ୍ୟବାନ ମାନେ ଫଳ ଦୋକାନୀ ପାଖରେ ପହଞ୍ଚିବା ପରେ ଦର ଶୁଣି ଚିନ୍ତିତ ହୋଇ ପଡୁଛନ୍ତି । ବିଶେଷ କରି ସାବିତ୍ରୀ ବ୍ରତ ପାଇଁ ସେଓ କେଜି ପ୍ରତି ୧୬୦, କମଳା ୧୫୦, ଡାଳିମ୍ବ ୧୮୦, ଲିଚୁ ୨୦୦, ଆମ୍ବ ୭୦, କାକୁଡି ୪୦, ଖଜୁରୀ ୧୦୦ ଓ ଜାମୁରୋଳ କେଜି ପ୍ରତି ୧୦୦ଟଙ୍କା ରହିଛି। ଏହାଛଡା କଦଳୀ ଡ଼ର୍ଜନ ୬୦ରହିଥିବା ବେଳେ ସପୁରୀ ଗୋଟା ୫୦ଟଙ୍କା ରହିଛି। ବିଭିନ୍ନ ଫଳର ମୂଲ୍ୟ ବୃଦ୍ଧି ଚିନ୍ତା ଜନକ ରହିଥିଲେ ସୁଦ୍ଧା ସାବିତ୍ରୀ ବ୍ରତ ପାଇଁ ସମସ୍ତେ ପ୍ରାୟ ଏଗୁଡ଼ିକୁ କ୍ରୟ କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ