ସମିତି ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ସେବା ସମବାୟ ସମିତିର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାରିକପୁର ନିକଟ ମା କାଳିତ୍ରା ପୀଠ ଠାରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅମୂଲ୍ୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ଓ ବ୍ଲକ ବିଜେଡି ପକ୍ଷରୁ ବରିଷ୍ଠ ନେତା ଦେବେନ୍ଦ୍ର ଦାସ ଏଥିରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମବାୟ ନୀତି ଆଧାରରେ ବିଜେଡି କେଉଁଭଳି ସମିତିକୁ ଦଖଲ କରିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ରନାଥ ପାଲ, ଅରୁଣ ବାରିକ, ବିଜୟ ଖିଲାର, ସୁଶାନ୍ତ ରାଉତ, ସୁଧାକର ମହାପାତ୍ର, ବିଜୟ ରାଉତ, ରଞ୍ଜିତ ଜେନା, ଦୀପକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାଛଡା ବିଷ୍ଣୁପୁର, ଜଳମଣ୍ଡୁଆ , ନିର୍ଗୁଣ୍ଡି ଓ ନଗୁଆଁ ପଞ୍ଚାୟତର ଆଗ ଧାଡି ବିଜେଡି କର୍ମୀ ମାନେ ଏଥିରେ ଯୋଗ ଦେଇଥିଲେ ।


