“ରାଧାପ୍ରେମ ଲୀଳା” ନାଟକ ମଞ୍ଚସ୍ଥ ପାଇଁ ପ୍ରସ୍ତୁତି ଚାଲିଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ ନାଟକ ପାଇଁ ଜୋରସୋରରେ ଚାଲିଛି ଆଖଡ଼ା l ବର୍ତ୍ତମାନ ଆଧୁନିକ ଯୁଗ ସ୍ପର୍ଶ କରୁଥିବା ବେଳେ ଧୀରେ ଧୀରେ ପୁରାତନ ସଂସ୍କୃତି ପରମ୍ପରା ବିଲୁପ୍ତ ହେବାକୁ ଯାଉଛି, ଏହି ସମୟରେ ବିଲୁପ୍ତ ପ୍ରାୟ ପ୍ରସିଦ୍ଧ ଲୋକ ନାଟକ ଗୁଡିକ ମଧ୍ୟରେ ରାଧାପ୍ରେମ ଲୀଳାର ବିଲୋପ ଘଟିବାକୁ ଯାଉଥିବା ବେଳେ କନ୍ଧମାଳର ମାଆ ପାଟଖଣ୍ଡା ଲୋକ ନାଟକ ସଂଘ ବାଲିଗୁଡା ତରଫରୁ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି l ଅନୁଷ୍ଠାନର ଶିଶୁ କଳାକାର ମାନଙ୍କୁ ନେଇ କନ୍ଧମାଳରେ ପ୍ରଥମଥର ପାଇଁ ଏହି ସଂଘ ତରଫରୁ ନାଟକ ମଞ୍ଚସ୍ଥ ପାଇଁ ପ୍ରକ୍ରିୟା ଚାଲିଥିବାରୁ ବାଲିଗୁଡା ବାସୀ ଖୁସି ପ୍ରକଟ କରିଛନ୍ତି l ଅନୁଷ୍ଠାନର ସଭାପତି ଲଳିତ ପାତ୍ର, ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ସଚ୍ଚିଦାନନ୍ଦ ପାତ୍ର, ଯୁଧିଷ୍ଠିର ପାତ୍ର ପୁରସ୍ତମ ପାତ୍ର, ପୁରସ୍ତମ ନାୟକ, ବିଜୟ ଅମାୟତଙ୍କ ନେତୃତ୍ୱରେ ବାଲିଗୁଡା ନୂଆସାହି ଗ୍ରାମବାସୀଙ୍କ ସହଯୋଗରେ ଆଗାମୀ ଦୁର୍ଗାପୂଜାରେ ନାଟକ ମଞ୍ଚସ୍ଥର ଶୁଭଆରମ୍ଭ ହେବାକୁ ମଧ୍ୟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଗଞ୍ଜାମ ଜିଲ୍ଲା ପୋଡାମାରି ଅଂଚଳର ଅଭିମନ୍ୟୁ ବେହେରା ଏହି ନାଟକର ସମ୍ପୂର୍ଣ୍ଣ ନିର୍ଦେଶନା ଦାୟିତ୍ୱ ନେଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ