ଅନାଥ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇଲେ ବିପଦର ବନ୍ଧୁ ପରିବାର
ମୋହନା, (ଅଂଶୁମାନ ପଣ୍ଡା) : ଯେଉଁଠି ପ୍ରଶାସନ ପହଞ୍ଚିବାରେ ଅପହଞ୍ଚ ସେଠୀ ସାହଯ୍ୟର ହାତ ବଡ଼ାଇଦିନ୍ତି ବିପଦରବନ୍ଧୁ ପରିବାର, ଗଜପତି ଜିଲ୍ଲା ମୋହନା ବ୍ଲକର ଗୁଲୁବା ପଂଚାୟତ ଅନ୍ତର୍ଗତ ମୁଠାଗୁଡା ଗ୍ରାମ୍ ର ଦୁଇ ଝିଅ ଯେଉଁ ସମୟରେ ବାପା ମାଙ୍କ ଶହ ଖେଳ କୁଦ କରି ପାଠ ପଢିବା କଥା ସେଇ ସମୟରେ ବାପା ମା ଛାଡି ଚାଲିଗଲେ ଆରପାରିକୁ, ଆଉ କେହି ସାହାଯ୍ୟର ହାତ ନ ବଡ଼ାଇବାରୁ ପାଠ ପଢିବାରୁ ବଞ୍ଚିତ ହୋଇ ଦାଦା ଖୁଡି ପାଖରେ ଦୀନ କାଟୁଥିଲେ, ଦାଦା ମଧ୍ୟ ଦୁଇ ଝିଆରୀକୁ ପାଳିପୋଷିବାରେ ଅକ୍ଷମ, ଖବର ପାଇ ଗଜପତି ଜିଲ୍ଲା ଶାଖା ଅଡବାରେ ଥିବା ବିପଦର ବନ୍ଧୁ ପରିବାର ମୁଠାଗୁଡା ଗ୍ରାମକୁ ଜାଇ ଦୁଇ ଭଉଣୀ ଲିନା ଦଳବେହେରା ଓ ଦିନା ଦଳବେହେରାଙ୍କୁଭେଟିବା ସହ ପାଠ୍ୟ ଉପକରଣ ଡ୍ରେସ୍ ବେଗ ଦେଇ ନିକଟରେ ଥିବା ଦୁରୀଙ୍ଗୀଗୁଡା ସରକାରି ପ୍ରଥମିକ ବିଦ୍ୟାଳୟରେ ନେଇ ନାମ ଲେଖାଇ ଥିଲି, ବିପଦର ବନ୍ଧୁ ପରିବାରର ସଦର୍ଶ୍ୟ ଜଗନ୍ନାଥ୍ ଦାଶ, ଜିତେନ୍ଦ୍ର ଗୌଡ, ସନ୍ତୋଷ ନାୟକ, ରାଜେନ୍ଦ୍ର ଦଳାଇ ପ୍ରମୁଖ ସହ ଯୋଗ କରିଥିବା ଜଣାପଡିଛି.


