ରାମକୃଷ୍ଣ ମିଶନ ଦ୍ୱାରା ମା ଅର୍ଣ୍ଣପୂର୍ଣ୍ଣାଙ୍କ ପୂଜା ଅର୍ଚ୍ଚନା
ଧାମନଗର (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକ କୋଠାର ଠାରେ ରାମକ୍ରୀଷ୍ଣ ମିଶନ ଆନୁକୂଲ୍ୟ ରେ ତା 8.4.22 ରିଖ ଠାରୁ ଶୁକ୍ରବାର 10.4 ରବିବାର ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଆଶ୍ରମରେ ମା ଜଗତଜନନୀ କୃପାମୟୀ ଅହ୍ନପୂର୍ଣ୍ଣା ପୂଜା ଓ ଅନକୂଟ ମହୋତ୍ସବ ପାଳନ ହୋଇଯାଇଛି ଏହି ଉତ୍ସବ ଟିକୁ ସମସ୍ତ ରୀତିନୀତି ଅନୁଯାଇ ପୂଜା ଅର୍ଚନା କରାଯାଇ ଥାଏ I ମହାରାଜ ସ୍ୱାମୀ ଦେବେଶା ନନ୍ଦଜିଙ୍କ ପୌରହିତରେ କରାଯାଇ ଥାଏ I ଆଶ୍ରମଟି ଶ୍ରୀ ଶ୍ରୀ ମା ସାରଦା ଦେବୀଙ୍କର ପ୍ରତିମୂର୍ତ୍ତି ସଦାସର୍ବଦା ପୂଜା ପାଇଥାଏ I କାରଣ ମା ସାରଦା ଦେବୀ କୋଲକତା ରୁ ଓଡିଶା ଅଭିମୁଖେ ଆସିଥିବା ସମୟରେ ଏ କୋଠାର ସ୍ଥିତ ଏହି ଠାରେ କିଛିଦିନ ଧରି ରହିଥିବାର ପ୍ରମାଣ ମିଳିଥାଏ ଓ ଏ ଆଶ୍ରମରେ ମା ଙ୍କ ପଦଚି଼ହ୍ନ ଏଇଠାରେ ପଡି ଥିବାରୁ ସେଇଦିନ ଠାରୁ ମା ଙ୍କ ନାମାନୁସାରେ ଏ ଆଶ୍ରମରେ ପୂଜା ଅର୍ଚନା ହୋଇଆସୁଛି ଏ ରାମକୃଷ୍ଣ ମିଶନ ସମସ୍ତ ଆପଦା ସମୟରେ ଦୁଃଖୀରଙ୍କି କୁ ତାର ସାହାଯ୍ୟର ହାତ ବଢ଼ାଇଥାଏ ବାତ୍ୟା ବନ୍ୟା ସମୟରେ ସମସ୍ତ ଙ୍କୁ ଖାଦ୍ୟ ବସ୍ତ୍ର କମ୍ବଳ ଠାରୁ ଆରମ୍ଭ କରି ସମସ୍ତ ଜିନିଷ ବିନା ମୂଲ୍ୟରେ ତାର କାର୍ଯ୍ୟ ତୁଲାଇ ଥାଏ ପିଲା ମାନଙ୍କୁ ବିନା ମୂଲ୍ୟରେ ପାଠ ପଢାଇବାର ଦୃଶ୍ୟ ଦେଖିବାକୁ ମିଳିଥାଏ I


