ରାଷ୍ଟ୍ରୀୟ ରସାୟନ ଓ ସାର କମ୍ପାନୀ ଶିଳ୍ପଜାତ ସାମଗ୍ରୀ ବିକ୍ରିରୁ ସଞ୍ଚୟ କରିଛି ୧୦୦କୋଟି ଟଙ୍କା
ନୂଆଦିଲ୍ଲୀ : ବର୍ତ୍ତମାନର କୋଭିଡ ପରିସ୍ଥିତି ସତ୍ତ୍ୱେ ଭାରତ ସରକାରଙ୍କ ସାର ବିଭାଗ ଅଧିନସ୍ଥ ରାଷ୍ଟ୍ରୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ) ଏହାର କାର୍ଯ୍ୟ ଚାଲୁ ରଖିଛି । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ଦୁଇ ମାସରେ ଏହାର ଶିଳ୍ପ ଉତ୍ପାଦ ବିକ୍ରି ୧୦୦ କୋଟି ଟଙ୍କାକୁ ଅତିକ୍ରମ କରିଛି । ମୁଖ୍ୟ ଉତ୍ପାଦଗୁଡ଼ିକ ହେଉଛି –ଇସ୍ପାତ, ରକେଟ ଇନ୍ଧନ, ଫାର୍ମାସ୍ୟୁଟିକାଲ୍ସ ପାଇଁ ବ୍ୟବହୃତ ହିମକୃତ ଆମୋନିଆ, କୋଇଲା ଖନନ ପାଇଁ ବ୍ୟବହୃତ ବିସ୍ଫୋରକ ଆମୋନିୟମ ନାଇଟ୍ରେଟ
ଆମୋନିୟମ ବାଇକାର୍ବୋନେଟ- ବେକରି ଏବଂ ଚମଡା ଶିଳ୍ପ ପାଇଁ ବ୍ୟବହୃତ ମିଥାଇଲ ଆମିନିସ- କୀଟନାଶକ, ରଙ୍ଗ, ଫାର୍ମାସ୍ୟୁଟିକାଲ୍ସ ପାଇଁ ବ୍ୟବହୃତ ଜମାଟ ବାନ୍ଧିଥିବା ନାଇଟ୍ରିକ ଏସିଡ: ବିସ୍ଫୋରକ, ଫାର୍ମାସ୍ୟୁଟିକାଲ୍ସ ପାଇଁ ବ୍ୟବହୃତ ହାଲୁକା ନାଇଟ୍ରିକ ଏସିଡ: ଅଳଙ୍କାର ଓ ପ୍ରୋପେଲାଣ୍ଟ ପାଇଁ ଆର୍ଗନ – ଆର୍କ ୱେଲଡିଂ ପାଇଁ ଫର୍ମିକ ଏସିଡ – ରବର, ଚମଡା ପାଇଁ ଡାଇମିଥାଇଲ ଫର୍ମାମାଇଡ – ଫାଇବର, ସ୍ପାଣ୍ଡେକ୍ସ, ପଲିମାଇଡ ପାଇଁ ଦ୍ରବଣକାରୀ ଡାଇମିଥାଇଲ ଆସେଟାମାଇଡ – ପଲିଷ୍ଟର ଫିଲ୍ମ, ଆକ୍ରିଲିକ ଫାଇବର ପାଇଁ ଦ୍ରବଣକାରୀ ସୋଡିୟମ ନାଇଟ୍ରେଟ: ପ୍ରୋପେଲାଣ୍ଟ, ବିସ୍ଫୋରକ ଆରସିଏଫର Q୪ ୨୦୧୯-୨୦ ଛ୪ ୨୦୧୮-୧୯ ଉପରେ ଟିକସ ୧୯୦%ରୁ ଲାଭ
ମାର୍ଚ୍ଚ ମାସ ସୁଦ୍ଧା ଟିକସ ପରେ ରାଷ୍ଟ୍ରୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ ଏହାର ସ୍ଵତନ୍ତ୍ର ଲାଭକୁ ତିନିଗୁଣ କରି ପୂର୍ବ ବର୍ଷ ତୁଳନାରେ ୪୮.୪୭ କୋଟିରୁ ୧୪୨.୨୮ କୋଟିରେ ପହଞ୍ଚିଛି, ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୧୯୩.୫୪% ଅଧିକ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଟିକସ ପରେ ଆରସିଏଫର ଲାଭ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୪୯% ଅଧିକ । ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ଟିକସ ପରେ ଲାଭ ପୂର୍ବ ବର୍ଷର ୧୩୯.୧୭ କୋଟିରୁ ୨୦୮.୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । କମ୍ପାନୀ ବିଭିନ୍ନ ଆହ୍ଵାନର ସମ୍ମୁଖୀନ ହେଉଥିଲେ ମଧ୍ୟ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଆର୍ଥିକ ପ୍ରଦର୍ଶନ ଭଲ ହୋଇଛି । ସରକାର କେତେକ କାରଖାନା ପାଇଁ ରିଲିଫ ଦେବା ଯୋଗୁଁ ସାର ଶିଳ୍ପ ଅନେକ ସୁବିଧା ପାଇଛି । କମ୍ପାନୀର ଇତିହାସରେ ଏହାର ବୋର୍ଡ ଡିଭିଡେଣ୍ଟ ବାବଦକୁ ସର୍ବାଧିକ ଶତକଡା ୨୮.୪୦ ଲାଭ ଘୋଷଣା କରିଛି । ଆରସିଏଫର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଗତବର୍ଷ ତୁଳନାରେ ଏହାର ସାର ଚାହିଦା ଶତକଡା ୭ ଭାଗ ବୃଦ୍ଧି ପାଇଥିବା ପ୍ରକାଶ କରିଛନ୍ତି । ସୁଫଳା ସାର ଗତ ବର୍ଷ ତୁଳନାରେ ଶତକଡା ୧୫ ଭାଗ ବୃଦ୍ଧି ପାଇଛି । ଆରସିଏଫ ଜୈବିକ ଅଭିବୃଦ୍ଧି ଉତ୍ପାଦକ ଓ ପାଣିରେ ଦ୍ରବିଭୂତ ହେଉଥିବା ସିଲିକନ ସାର ଭଳି ଦୁଇଟି ନୂତନ ସାମଗ୍ରୀର ଉତ୍ପାଦନ ଆରମ୍ଭ କରିଛି । ଏହା ୧୬ ଲକ୍ଷ ଟନ ୟୁରିଆ ରପ୍ତାନି କରି ଦେଶର ପ୍ରମୁଖ ଉତ୍ପାଦକର ମାନ୍ୟତା ହାସଲ କରିଛି । ଚଳିତ ଆର୍ଥିକ ବର୍ଷରେ ଭଲ ମୌସୁମୀ ବର୍ଷା ଆକଳନ ଥିବାରୁ ଚାଷ କାର୍ଯ୍ୟ ଖୁବ ଭଲ ହେବା ସମ୍ଭାବନା ଦେଖାଦେଇଛି । କୋଭିଡ ପରିସ୍ଥିତିସତ୍ଵେ ଆରସିଏଫ ସମସ୍ତ ସଦୁପଯୋଗ କରିବ ବୋଲି ଆଶା କରାଯାଉଛି ।


