ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇ ଯାଇଛି।ସଂଘର ପ୍ରତିଷ୍ଠା ଦିବସ ତଥା ସଂଘ ପାଳନ କରୁଥିବା ଛଅଟି ଉତ୍ସବ ମଧ୍ୟରୁ ଅନ୍ୟତମ ଉତ୍ସବ ,ଆସୁରିକ ଶକ୍ତି ଉପରେ ଦୈବୀ ଶକ୍ତି୍ ର ବିଜୟ ସ୍ୱରୂପ ବିଜୟର ଉତ୍ସବ ଭାବେ ବିଜୟ ଦଶମୀ ଉତ୍ସବ ଅଂଲଦୁବ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅନୁଷ୍ଠିତ ହାଇଯାଇଅଛି। ଉକ୍ତ ଉତ୍ସବ ରେ ପୂର୍ବ ଯୋଜନା ଅନୁସାରେ ନଗରର ୯୦ ଜଣ ସ୍ୱୟଂ ସେବକ ନିଜର ପୂର୍ଣ୍ଣ ଗଣବେସ ସହିତ ଦିନ ଘ ୧୧ .୦୦ ଟିକା ରେ ଶିଶୁ ବିଦ୍ୟା ମନ୍ଦିରର ରେ ଏକତ୍ରିତ ହୋଇ ଶାରୀରିକ ଅଭ୍ୟାସ ଓ ଭଜନ ପରେ ସଞ୍ଚାଳନ ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏକତ୍ରିତ ହୋଇ ଥିଲେ। ଜଗନ୍ନାଥ ମନ୍ଦିର ଠାରୁ ଘୋଷ ସହିତ ସଞ୍ଚଳନ ରାଇରଙ୍ଗପୁର ଗୋଲେଇ ଦେଇ ଅଁଳାଡୁବା ଶିଶୁ ବିଦ୍ୟା ମନ୍ଦିର ପ୍ରଜନ୍ତ ଆସି ଥିଲା। ସହରର ସ୍ଥାନେ ସ୍ଥାନେ ଫୁଲ ଦୀପ ଧୂପ ଦେଇ ମା ଓ ଭଉଣୀ ମାନେ ସ୍ବାଗତ କରି ଥିଲା। ଶେଷ ରେ ପ୍ରକଟ କାର୍ଯ କ୍ରମ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ହୋଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମାନାନୀୟ ନଗର ସଂଘଚାଳକ ମାନନୀୟ ଶ୍ରୀ ବସନ୍ତ କୁମାର ମହାପାତ୍ର ପୌରହିତ କରିଥିବା ବେଲେ ମୁକ୍ଷ ବକ୍ତା ଭାବେ ରାଇରଙ୍ଗପୁର ଜିଲ୍ଲା ର ପ୍ରଚାର ପ୍ରମୁଖ ଶ୍ରଧେୟ ସଞ୍ଜୟ କୁମାର ମହାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ।ମୁଖ୍ୟ ବକ୍ତା ଅଭି ଭାଷଣରେ ଭାରତ ଯେପରି ଦୀର୍ଘ ୭୦୦ ବର୍ଷ ଧରି ସ୍ଵାଧୀନ ପରାଧୀନ ର ଲୁଚକାଳି ଭିତରେ ଭାରତ ପୁଣି ଆଉ ପରାଧୀନ ନ ହେଉ ସେଥିପାଇଁ ଏ ଭାରତ ର ପୁତ୍ର ରୁପି ସମାଜ କୁ ସଜାଗ ରଖି ଏବେ ମଧ୍ୟ ଭାରତ ଉପରେ ହେଉ ଥିବା ବିଭିନ୍ନ ଷଡ଼ଯନ୍ତ୍ର ଯୋଥା ଭାରତୀୟ ସଂସ୍କୃତି କୁ ଭାଙ୍ଗିବା ପାଇଁ,। ଜାତି ନାଁ ରେ ବିଭାଜନ , ଶିକ୍ଷା ନରେ ବିଭାଜନ ,ଧର୍ମ ନାଁ ରେ ବିଭାଜନଆଶଙ୍କା କୁ ଚେତାଇ ଦେବା ସହ RSs ର ଚିନ୍ତନରେ କିପରି ପୁରା ସମାଜ କୁ ଏକ କରି ଭାରତର ସର୍ବାଙ୍ଗିନ ବିକାଶ ହୋଇ ପରିବ ଉଲ୍ଲେଖ କରି ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନଗର ଶାରୀରିକ ପ୍ରମୁଖ ଅଙ୍କିତ ପଡିଆ ମୁଖ୍ୟ ଶିକ୍ଷକ ,ନଗର ବୌଦ୍ଧିକ ପ୍ରମୁଖ ଦୁଷ୍ମନ୍ତ ଗିରି ପର୍ଥାନ ଭଗବତ ମହାନ୍ତ ଶାରୀରିକ ପ୍ରଦଶନ ର ନେତୃତ୍ୱ ନେଇ ଥିଲାବେଳେ ନଗର କାର୍ଯବାହ ବଳରାମ ବାରିକ ଅତିଥି ପରିଚୟ କରିଥିଲେ।ବିଭାଗ ବ୍ୟବସ୍ଥା ପ୍ରମୁଖ ଉଦୟ ନାରାୟଣ ସିଂ,ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ରାଜୀବ ସିଂ ,ସୁବ୍ରତ ଗିରି ,ବିରେନ୍ଦ୍ର ବେହେରା,ସୁରଥ ପଟ୍ଟନାୟକ, ଚିତ୍ତରଞ୍ଜନ ମହନ୍ତ , କେଦାର ନାଥ ବାରିକ , ନିଗମା ନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ