ରାସ୍ତାପାର୍ଶ୍ଵରେ ପଡ଼ିଥିବା ବୃଦ୍ଧାଙ୍କୁ ମେଡିକାଲ ନେଲେ ବିଜେଡ଼ି ସଭାପତି

ବୁଗୁଡା, (ଅନିଲ କୁମାର ମହାରଣା):ମାଆ, ଦଶମାସ ଗର୍ଭରେ ଧରି ନିଜର ରକ୍ତ ଦେଇ ପୁଅ ଝିଅକୁ ବଢ଼ାଇ ବଡ କରିଥିବା ବେଳେ ପରିଣତ ବୟସରେ ଅଲୋଡ଼ା ହେଇଯାଉଛି ସେହି ମାଆ। କେତେ ବେଳେ ଭୋକ ଉପାସରେ ଆଶ୍ରୟ ନେଉଛି କାହା ବାରଣ୍ଡାରେ ତ କେତେ ବେଳେ ରାସ୍ତାପାର୍ଶ୍ୱରେ ପଡିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହିପରି ଏକ ଅଭାବନୀୟ ଘଟଣା ଦେଖବାକୁ ମିଳିଥିଲା ବୁଗୁଡା ସହରର ହାଇ ସ୍କୁଲ ଛକ ନିକଟରେ। ପୁଅ ପାଖରେ ଅଲୋଡ଼ା ମାଆ ଅଚେତ ଅବସ୍ଥାରେ ପଡ଼ିଥିଲେ ରାସ୍ତା ପାର୍ଶ୍ଵରେ। ଏନଏସି ଇଓ ରଶ୍ମିରଞ୍ଜନ ଦାଶଙ୍କ ଠାରୁ ଖବର ପାଇ ଅଣ୍ଟା ଭିଡ଼ିଲେ ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢ଼ୀ। ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ ଯୁବ ଅଧିବକ୍ତା ତଥା ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା,ସାଗର ବିଷୋୟୀ,ସୁନୀଲ ପାତ୍ର ପ୍ରମୁଖ ବିଜେଡିର କାର୍ମକର୍ତ୍ତା ଓ ସହଯୋଗୀ ବୃନ୍ଦ। ପିପିଇ କିଟ ପନ୍ଧି ସଭାପତି ଶ୍ରୀ ପାଢ଼ୀ ବୃଦ୍ଧା ମହିଳା ଜଣଙ୍କୁ ରାସ୍ତାରୁ ଉଠାଇ ଅନ୍ୟ ସାଥି ମାନଙ୍କ ସହଯୋଗରେ ନେଇଥିଲେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ। ସେଠାରେ ଚିକିତ୍ସିତ ହେବାପରେ ବୃଦ୍ଧା ଜଣଙ୍କ ସୁସ୍ଥ ଥିବା ଜଣାପଡିଛି। ବର୍ତ୍ତମାନ ବୁଗୁଡ଼ାରେ କରୋନା ପାଇଁ ଭୟଭୀତ ହୋଇ ନିଜ ଲୋକମାନେ ମଧ୍ୟ ଆଗକୁ ଆସୁନଥିବା ବେଳେ ବୁଗୁଡା ନଗର ବିଜେଡି କର୍ମକର୍ତ୍ତାମାନେ ଆଗେଇ ଆସି ସେବା ଯୋଗାଇ ଥିବା ଯୋଗୁଁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ