ରାସ୍ତା ପାଲଟିଛି ମରଣଯନ୍ତା : ବିଭାଗ୍ୟ ଅଧିକାରୀଙ୍କ ଅବହେଳା ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ନିର୍ମାଣ ପରଠାରୁ ହୋଇନି ରାସ୍ତା ମରାମତି ପିଚୁ ଉଠି ଖାଲଗମାରେ ଭର୍ତି ହୋଇଛି । ଫଳରେ ଯାତାୟତ ଏଠି ପାଲଟିଛି ମରଣଯନ୍ତା।ଦିନକୁ ଦିନ ରାସ୍ତାରେ ଗମନାଗମନ ବିପତପୂର୍ଣ ହେବାରେ ଲାଗିଛି।ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ହାଡୁପାଙ୍ଗି ଠାରୁ ଗାଇବା ୧୬କିମି ରାସ୍ତାରେ । ଗୁମ୍ମା ବ୍ଲକ ସଦର ମହକୁମା ଏବଂ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତା ମରାମତି ଅଭାବରୁ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଗୁମ୍ମା ବ୍ଲକର ୪ଟି ପଞ୍ଚାୟତ ଗାଇବା,ପରିଡ଼ା, ବୃଷଭ ଓ ବାଇଝାଲ ପଞ୍ଚାୟତବାସୀଙ୍କ ଏକ ମାତ୍ର ନିର୍ଭରଶୀଳ ଏହି ରାସ୍ତା।ବାଇକ, ଅଟୋ, ବସ ତଥା ମାଲ ପରିବହନ ଗାଡ଼ି ଦିନ ରାତି ପାରଳାଖେମୁଣ୍ଡି ସହର କିମ୍ବା ବ୍ଲକ ସଦର ମହକୁମାକୁ ଯିବାଆସିବା କରିଥାଏ।ରାସ୍ତା ଖରାପ ଯୋଗୁଁ ଅନେକ ସମୟରେ ରୋଗୀ କିମ୍ବା ଗର୍ଭବତୀଙ୍କୁ ଚିକିତ୍ସାଳୟ ନେବା କଷ୍ଟସାଧ୍ୟ ବୋଲି ଅଭିଯୋଗ ହୋଇଛି।ଏଥିସହ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି।ଏନେଇ ୪ଟି ପଞ୍ଚାୟତ ପକ୍ଷରୁ ବିଭାଗ୍ୟ କନିଷ୍ଠ ଯନ୍ତ୍ରୀ ଦିବାକର ଦାସଙ୍କ ନିକଟରେ ବାରମ୍ବାର ଅଭିଯୋଗ ସର୍ତ୍ତ କୌଣସି ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ କରିଛନ୍ତି ତିସାନ ଭୂୟାଁ,ବାସନ୍ତୀ ପାଣି, ବୁଲୁ ଭୂୟାଁ,ସୁବାସ ଲିମା, କୁନା ବେବ୍ରତା,ବିନାୟକ ମାଛ ଓ ସୁଧାକର ଲିମା।ସରକାରଙ୍କ ପକ୍ଷରୁ ବହୁ ଅର୍ଥ ମଞ୍ଜୁର କରାଯାଇଛି ହେଲେ ବିଭାଗ୍ୟ କତ୍ତୃପକ୍ଷ ନିଦ୍ରାରେ ସୋଇଥିବା ଜଣାପଡ଼ିଛି।ବିଡ଼ମ୍ବନାର ବିଷୟ ଯେ ଜନସାଧାରଣଙ୍କ ଅଭିଯୋଗକୁ ଏଡ଼ାଇ ଯାଇ କିଛି ଦୂର ରାସ୍ତା ଖୋଳି ଦିଆଯାଇଛି।କିନ୍ତୁ ପରବର୍ତ୍ତୀ ସମୟରେ ଠିକାଦାର କିମ୍ବା କୌଣସି ଯନ୍ତ୍ରୀଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି।ବର୍ଷ ବର୍ଷ ଧରି କାର୍ଯ୍ୟର ଶେଷ ହେଉନଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଦୁଛି।ଅପରପକ୍ଷରେ ମରାମତି କାର୍ଯ୍ୟ ପାଇଁ ୩କୋଟି ୬୭ଲକ୍ଷ ମଞ୍ଜୁର ହୋଇଛି । ୩୧ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହାର ସମୟ ଅବଧି ଥିବା ବେଳେ ଆଜି ପର୍ଯ୍ୟନ୍ତ ସରିପାରୁନି ଏହି ରାସ୍ତାର କାର୍ଯ୍ୟ।ସରକାରୀ କୋଳରେ ଏନେଇ ସମୟ ନଥିପତ୍ର କାର୍ଯ୍ୟ ଶେଷ ହୋଇଥିବା ବେଳେ ଆସନ୍ତା ମାସ ଏପ୍ରିଲ ୨୦୨୨ରେ ପୁନର୍ବାର ଟେଣ୍ଡର କରାଯିବ ବୋଲି ସହକାରୀ ଯନ୍ତ୍ରୀ ଅଶୋକ କୁମାର ଦାସ କହିଛନ୍ତି ।


