ରାଜନୀତି ବିଜ୍ଞାନ ବିଭାଗର ଅଭିଭାବକ : ଶିକ୍ଷକ ସମ୍ମିଳନୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଦ୍ଵିତୀୟ ଅଭିଭାବକ, ଶିକ୍ଷକ ସମ୍ମିଳନୀ ଏପ୍ରିଲ ୨୬ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ କଲେଜ ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ସହ ଅଭିଭାବକ ଓ ଶିକ୍ଷକ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ଅଧ୍ୟାପକ ବିନୋଦ କୁମାର କର ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଚାରିତ୍ରିକ, ନୈତିକ, ଓ ଶୈକ୍ଷିକ ଉନ୍ନତି ପାଇଁ ଶିକ୍ଷକ ଓ ଆଭିଭାବକ ମାନଙ୍କ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ । ଶିକ୍ଷକମାନଙ୍କ ଉଚିତ ମାର୍ଗ ଦର୍ଶନ ଓ ଅଭିଭାବକମାନଙ୍କ ତୀକ୍ଷଣ ପର୍ଯ୍ୟବେକ୍ଷଣ ଦ୍ୱାରହିଁ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ହୋଇପାରିବ ବୋଲି ସାରାଂଶରେ ଉପନୀତ ହୋଇଥିଲେ । ୫୦ ରୁ ଉର୍ଦ୍ଧ୍ବ ଅଭିଭାବକ ଏହି ବୈଠକରେ ଯୋଗଦେଇଥିଲେ। ଶେଷରେ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ