ରୂପ ବଦଳାନ୍ତି ହନୁମାନ

ଭାରତବର୍ଷରେ ଭଗବାନ ହନୁମାନଙ୍କର ଅନେକ ମନ୍ଦିର ରହିଛି। କିନ୍ତୁ ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିରରେ ଏକ ସ୍ବତନ୍ତ୍ର ବିଶେଷତା ରହିଛି। ଏଠାରେ ଠାକୁର ଗୋଟିଏ ଦିନର ୨୪ ଘଣ୍ଟା ମଧ୍ୟରେ ୩ ଥର ନିଜର ସ୍ବରୂପ ଆପେ ଆପେ ବଦଳାଇଥାନ୍ତି। ମୂର୍ତ୍ତି ଏଭଳି କିପରି ହେଉଛି ତାହା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ସକାଳ ୧୦ଟା ପର୍ଯ୍ୟନ୍ତ ହନୁମାନ ବାଳ ସ୍ବରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି। ପରେ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବୀର ସ୍ବରୂପ ବା ଯୁବକ ଅବସ୍ଥାରେ ରହିଥାନ୍ତି। ଏହାପରେ ପୂରା ରାତି ବୃଦ୍ଧ ରୂପରେ ରହିଥାନ୍ତି। ଏଠି ପୂଜାର୍ଚ୍ଚନା କଲେ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ