ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ବହି ବସ୍ତାନି ବଣ୍ଟନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବହି ବସ୍ତାନି ପ୍ରଦାନ କରାଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅରୁଣ ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ବସ୍ତାନୀ ବଣ୍ଟନ କାର୍ଯ୍ୟକ୍ରମରେ ଯୁବ ନେତା ତଥା ପୂର୍ବତନ ସମିତି ସଭ୍ୟ  ମଥୁରା ଚରଣ ସୁବୁଦ୍ଧି ମୂଖ୍ୟ ଅତିଥି ଭାବେ ଯୋଗଦେଇ ବସ୍ତାନୀ ବଣ୍ଟନ କରିଥିଲେ । ରୋଟାରୀ କ୍ଲବ ସଭାନେତ୍ରୀ ଏସ ରେଖା ମହାନ୍ତି, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ସଭ୍ୟ ଦ୍ୱାରକା ପ୍ରସାଦ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସିମା ନାହାକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ