ଅବସର କାଳୀନ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଚତୁର୍ଭୁଜପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଖବର ଦାତା ରାଜେନ୍ଦ୍ର ଶତପଥୀଙ୍କ ସଂଯୋଜନାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ପ୍ରିତିକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମିନତୀ ପରିଡା, ସମିତିସଭ୍ୟା ରିତାଞ୍ଜଳୀ ସାମଲ, ଏବିଓ ମଞ୍ଜୁଳା ନାୟକ, ଅକ୍ଷୟ କୁମାର ଜେନା, ସିଆରସିସି ଚକ୍ରଧର ଜେନା, ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ସାମଲ, ଅଧ୍ୟାପକ ହରେକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟତ୍ରୀ କାଂଚନବାଳା ତ୍ରିପାଠୀ ଓ ସହକାରୀ ଶିକ୍ଷକ ରାମଚନ୍ଦ୍ର ମହାନ୍ତିଙ୍କୁ ଅଙ୍ଗବସ୍ତ୍ର , ମାନପତ୍ର, ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧନା ଜଣାଇଥିଲେ । ସଭାରେ ଅନ୍ୟତମ ଅତିଥି ଭାବେ କୃଷ୍ଣଚନ୍ଦ୍ର ମହାନ୍ତି, ସମ୍ବାଦଦାତା ଦୁର୍ଯ୍ୟୋଧନ ଲେଙ୍କା, ପରିଚାଳନା କମିଟି ସଭାନେତ୍ରୀ ଆରତୀ ପରିଡା, ସ୍ୱେଚ୍ଛାସେବୀ ଅଦ୍ୱୈତ ପରିଡା, ସୁବାଶିନୀ ନାୟକ ପ୍ରମୁଖ ଅବସରପ୍ରାପ୍ତ ଦୁଇ ଶିକ୍ଷକ ଦ୍ୱୟଙ୍କ ଜୀବନ ବ୍ୟାପୀ ଶିକ୍ଷା ପ୍ରଣାଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଗଣେଶ ରାଉତ ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।


