ରୋଟାରୀ କ୍ଲବ ପକ୍ଷରୁ କକର୍ଟ ରୋଗ ନିରୂପଣ ଓ ସଚେତନତା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ରୋଟାରୀ କ୍ଲବ, କିଆ ଫାଉଣ୍ଡେସନ, ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ ଓ କଳିଙ୍ଗ ହସପିଟାଲ ଡାକ୍ତରଙ୍କ ମିଳିତ ସହଯୋଗରେ ସ୍ତନ କକର୍ଟ ରୋଗ ନିରୂପଣ ତଥା ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଆତିଥ୍ୟ ଭବନ ପରିସରରେ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ଶିବିରକୁ ଉଦଘାଟନ କରିବା ସହ ୪ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଏହିଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥିବା ବେଳେ ଏହା ଦ୍ୱାରା କର୍କଟ ରୋଗ ସମ୍ପର୍କରେ ଲୋକେ ସଚେତନ ହୋଇ ପାରୁଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ । ତେବେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ଯତ୍ନବାନ ହେଲେ ସାଧାରଣ ଲୋକେ ବେଶ ସଚେତନ ହୋଇପାରନ୍ତେ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ କହିଥିଲେ । ରୋଟାରୀ କ୍ଲବ ସଭାପତି ସୌରଭ କୁମାର ବେହେରା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ସମାଜ ସେବାରେ କ୍ଲବର ଆଭିମୁଖ୍ୟ ତଥା କାର୍ଯ୍ୟଧାରା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଭୁବନେଶ୍ୱର କିଆ ଫାଉଣ୍ଡେସନର ଅଧ୍ୟକ୍ଷା ଲିଲି ଜେନାମଣି ଶିବିର କର୍କଟ ରୋଗର ଭୟାବହତା ଓ ପ୍ରାଥମିକ ସ୍ତରରେ ରୋଗ ନିରୂପଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ଡାକ୍ତର ସୁରାଗା ବି, ଡାକ୍ତର ତୁଷାର ମହାପାତ୍ର ଓ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରିୟ କୁମାର ଘୋଷ କର୍କଟ ରୋଗର ଭୟାବହତା ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ସ୍ତନ କର୍କଟ ରୋଗର ପ୍ରାକ ସାବଧାନତା ଓ ନିରୂପଣ ଦିଗରେ ମହିଳାମାନେ ସଚେତନ ହେବାର ଆବଶ୍ୟକ ରହିଛି ବୋଲି ସେମାନେ କହିଥିଲେ । କଳିଙ୍ଗ ହସପିଟାଲର ଡାକ୍ତର ଅଞ୍ଜନା ତ୍ରିପାଠୀ ରୋଗ ପ୍ରତିଷେଧକ ଶକ୍ତି ଓ ଖାଦ୍ୟ ପୋଷଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରୋଟାରିଆନ ପ୍ରଭଞ୍ଜନ ପାଢ଼ୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲାର ବିଭିନ୍ନ ଅଞ୍ଚଳରୁ ଦେଢ଼ଶହରୁ ଊର୍ଦ୍ଧ୍ୱ ଅଙ୍ଗନବାଡ଼ି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରୋଟାରୀ କ୍ଲବର ସମ୍ପାଦକ ସୁଖମୟ ଦାସ, କର୍ଣ୍ଣେଳ କ୍ଷେତ୍ର ମୋହନ ମହାପାତ୍ର, ସନ୍ତୋଷ କୁମାର ନାହକ, ବିକ୍ରମଜିତ କର, ଡ. ଶ୍ରୀମାନ ଶ୍ରୀଚନ୍ଦନ, ପ୍ରଦୀପ୍ତ କୁମାର ପଣ୍ଡା, ଅଜୟ କୁମାର ଡାଭେ, ପଦାରବିନ୍ଦ ମହାପାତ୍ର, ଡ. ମନୋରଞ୍ଜ ଦାସ, ପ୍ରବାଳ କୁମାର ସିହ୍ନା, ଯଶୋଦା ନନ୍ଦନ ଆଶ, ସତ୍ୟନାରାୟଣ ନନ୍ଦ, ଜିତେଶ୍ୱର ମହାନ୍ତି, ଭୋଳାନାଥ ବେହେରା, ଉପେନ୍ଦ୍ର ବେହେରା, ଉଦୟ ରଂଜନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ