ରୋଟାରୀ କ୍ଲବ ପକ୍ଷରୁ ବିଶ୍ୱଶାନ୍ତି ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱଶାନ୍ତି ଦିବସ ପାଳନ ଅବସରରେ ବାଲେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ ପିସ ଓ କଲପ୍ଲିକ୍ଟ ପ୍ରିଭେନସନ କମିଟି ଚେୟାରମ୍ୟାନ ବିଷ୍ଣୁଦାସ କୁଣ୍ଡୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ସୋର ଇସ୍କନ ମନ୍ଦିରର ମୁଖ୍ୟ ହିସ ଗ୍ରେସ ଚୈତନ୍ୟ ଚରଣ ପ୍ରସାଦ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜୀବନ ଧାରଣ ମାନରକ୍ଷା ଉପରେ ଆଲୋକପାତ କରିଥିଲେ । ଯୋଗାଚାର୍ଯ୍ୟ ଡ.କଳାକୃଷ୍ଣ ମିଶ୍ର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶାନ୍ତିରେ ବଞ୍ଚିବାର ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅଧ୍ୟାପକ ତଥା ରୋଟାରିଆନ ଡ.ପଙ୍କଜ କୁମାର ଜେନା ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ମାନସିକ ସ୍ତରରେ ଶାନ୍ତିପ୍ରାପ୍ତିର ବିଭିନ୍ନ ଦିଗ ଉପରେ କଥା ରଖିଥିଲେ । ରୋଟାରିଆନ ସୁଜାତା ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରୋଟାରିଆନ ଦେବେନ୍ଦ୍ର ଧଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ