ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ବାଲିଆପାଳ ଓ ଟିକିରାପାଳରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିହ୍ନଟ ୩୨ ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ବାଲେଶ୍ୱର ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅଣାଯାଇ ସଫଳ ଅସ୍ତ୍ରୋପଚାର କରାଯାଇଛି । ଆଗାମୀ ଦିନରେ ଏହିଭଳି ସମାଜସେବା ମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କ୍ଲବର କର୍ମକର୍ତ୍ତମାନେ ସୂଚନା ଦେଇଛନ୍ତି । ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ମାତୃଦତ୍ତ ଦାସ, ଉପଦେଷ୍ଟା ସୁବ୍ରତ କର, ଆସନ୍ତବର୍ଷର ପ୍ରସ୍ତାବିତ ସଭାପତି ସୌରଭ ବେହେରା, ସପନ ମହାପାତ୍ର, ସୁଖମୟ ଦାସ, ଡାକ୍ତର ସମାବେଶ ସ୍ୱାଇଁ, ରମେଶ ଚନ୍ଦ୍ର ବାରିକ ପ୍ରମୁଖ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


