ଲକ୍ଷାଧିକ ଟଙ୍କାରେ ନିର୍ମାଣ ପୋଲ କୁ ବର୍ଷେ ପୁରିନି, ମରଣଯନ୍ତା ପାଲଟିଗଲାଣି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ଗୁଟିଙ୍ଗିଆ ଗ୍ରାମପଞ୍ଚାୟତ ସ୍ଥିତ ଦରାପିଡା ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ପୋଲ। ଏହି ପୋଲ ନିର୍ମାଣର ବର୍ଷେ ନ ପୁରୁଣୁ ଏହା ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସେହି ପୋଲଦେଇ ଯାତାୟାତ କରୁଥିବା ଯାନବାହାନ ବିପଦ ସଂକୁଳ ଅବସ୍ଥା ରେ ଯାତାୟାତ ହେଉଥିବା ବେଳେ ଭାରୀଯାନ ଯାତାୟାତରେ ମାଟି ଦବିଯାଉଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଟିକିଏ ଅସାବଧାନତାରେ ଯାନବାହାନରେ ଗଲେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଦୁଇ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିତାନ୍ତ ଆବଶ୍ୟକ ଥିବା ବେଳେ କେବଳ ମାଇଲ ଖୁଣ୍ଟରେ କାମ ସାରି ଦେଇଥିବା ଜଣାପଡିଛି। ଅପରପକ୍ଷରେ କାର୍ଯ୍ୟ ସରିବାର ବର୍ଷେ ନ ପୁରୁଣୁ ଏପରି ଦବିଯାଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ପୋଲ ମରାମତି କଲେ ସାଧାରଣଙ୍କ ଜୀବନ ଯାତ୍ରା ସ୍ୱଭାବିକ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ