ଦିବ୍ୟାଙ୍ଗ ପୁଷ୍ପଲତାଙ୍କ ପାଇଁ ସରକାରୀ ସହାୟତା ସାତସପନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଭରପୁର ଗ୍ରାମର ବୁଦ୍ଧିରାମ ଜେନାଙ୍କ ଦିବ୍ୟାଙ୍ଗ ଝିଅ ପୁଷ୍ପଲତା(୩୫)ଙ୍କ ପାଇଁ ସରକାରୀ ସହାୟତା ସାତସପନ ହୋଇଯାଇଛି । ପ୍ରକାଶ ଯେ, ପୁଷ୍ପଲତା ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଏଥିସହ ସେ ମାନସିକ ବିକାରଗ୍ରସ୍ତ ମଧ୍ୟ ଅଟନ୍ତି । ସେ ଚାଲିବାକୁ ଅକ୍ଷମ ହୋଇଥିବା ବେଳେ ଘୁଷୁରି ଘୁଷୁରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । କୌଣସି କାମ ଥିଲେ ସେ ତାଙ୍କ ଘରୁ ବନ୍ତ ବଜାରକୁ ପ୍ରାୟ ଦେଢ କିମି ରାସ୍ତାକୁ ହାତରେ ଭରା ଦେଇ ଘୁଷୁରି ଘୁଷୁରି ଅତିକ୍ରମ କରି ଆସନ୍ତି । ଗରିବ ବୃଦ୍ଧ ବାପ ଉପରେ ପୁଷ୍ପଲତା ସଂପୂର୍ଣ୍ଣ ନିର୍ଭରଶୀଳ ଅଟନ୍ତି । ବୃଦ୍ଧ ବାପା କୌଣସି କିଛି କାର୍ଯ୍ୟ କରି ପାରୁନଥିବା ବେଳେ ବହୁ କଷ୍ଟରେ ପରିବାର ଚଳୁଛି । ସରକାରୀ ସହାୟତା ଭାବେ କେବଳ ଭିନ୍ନକ୍ଷମ ଭତ୍ତା ତାଙ୍କୁ ମିଳୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ତାହା ତାଙ୍କ ପାଇଁ ସାତସପନ ହୋଇଛି । ତାଙ୍କୁ ଟ୍ରାଇ ସାଇକେଲ କିମ୍ବା ଦିବ୍ୟାଙ୍ଗ ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ କୌଣସି ସରକାରୀ ସହାୟତା ଏପର୍ଯ୍ୟନ୍ତ ମିଳିନାହିଁ । ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ