ଲକ୍ଷ୍ନୌ ଶତାବ୍ଦୀ ଟ୍ରେନ୍ ର ଲଗେଜ୍ କମ୍ପାର୍ଟମେଣ୍ଟ୍ରେ ନିଆଁ
ନୂଆଦିଲ୍ଲୀ (ୱାଇଏନ୍ଏସ୍): ଆଜି ସକାଳେ ୬:୪୫ରେ ଗାଜିଆବାଦ ରେଳ ଷ୍ଟେସନ୍ରେ ଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଲଗେଜ୍ କମ୍ପାର୍ଟମେଣ୍ଟ୍ରେ ନିଆଁ ଲାଗିଥିଲା। ନିଆଁଦ୍ୱାରା ପ୍ରଭାବିତ କୋଚ୍ଟିକୁ ଟ୍ରେନ୍ରୁ କାଢ଼ି ଦିଆଯାଇଛି। ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି। ଟ୍ରେନ୍ଟି ଦିଲ୍ଲୀ ରେଳ ଷ୍ଟେସନ୍ରୁ ଲକ୍ଷ୍ନୌ ଆଡ଼କୁ ଯାଉଥିଲା। ଗାଜିଆବାଦ ଷ୍ଟେସନ୍ରେ ଦୁଇ ମିନିଟ୍ ଅଟକୁ ଥିବା ଏହି ଟ୍ରେନ୍ ଦେଢ଼ ଘଣ୍ଟା ପରେ ସକାଳ ୮:୨୦ରେ ପୁଣି ଯାତ୍ରା ଆରମ୍ଭ କରିଛି। କେଉଁ କାରଣରୁ ନିଆଁ ଲାଗିଲା ତାହା ମଧ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷ ଜାଣିପାରି ନାହାନ୍ତି।


