କଳାହାଣ୍ଡିରେ ଲକ ଡାଉନ କଡାକଡି
କଳାହାଣ୍ଡି : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଆଇସିଏମଆର କହିଛି ଯେ ଯଦି ଭାରତୀୟମାନେ ୨୦ଘଣ୍ଟାରେ ଉନ୍ନତି ନକରନ୍ତି, ତେବେ ଆସନ୍ତାକାଲି ରାତି ୧୧ଟା ସମୟରେ ଭାରତ ତୃତୀୟସ୍ଥର ରେ ପହଂଚିବ ଅର୍ଥାତ୍ “କମ୍ୟୁନିଟି ଟ୍ରାନ୍ସମିସନ୍”ରେ ପ୍ରବେଶ କରିବ ଏବଂ ଯଦି ଭାରତ ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଷୋମବାର ରାତି ସୁଦ୍ଧା ସମ୍ପ୍ରଦାୟ, ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦିଆ ନ ଜାଏ ତେବେ ମୃତ୍ୟୁ ବଢି ପ।ରେ କାରଣ ଭାରତର ଜନସଂଖ୍ୟା ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ କିନ୍ତୁ ଭାରତୀୟ ତଥାପି ଏହା ଉପରେ ସଚେତନ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ସହର ସମେତ ଜିଲ୍ଲାର ୧୩ ଟି ବ୍ଲକରେ କଟକଣାକୁ ବାଧ୍ୟତା ମୂଳକ କରାଯାଇଛି । ଜିଲ୍ଲା ସୀମା ସିଲ କରାଯିବ। ସହ ସହରର ପ୍ରମୁଖ ରାସ୍ତା ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବେରିକେଟ ଜରିଆରେ ବନ୍ଦ କରି ଦିଆଯାଇଛି । ପୁଲିସ ପାଟ୍ରୋଲିଂକୁ ଜୋରଦାର କରାଯାଇଥିବା ଦେଖାଯାଇଛି । ତେଣୁ ଜନସାଧାରଣ ଏହି ଘଡି ସନ୍ଧିମୂହତକୁ ସମ୍ବେଦନାର ସହ ନେବାକୁ ଅନୁରୋଧ କରାଯାଇଛି .ଏଥିସହ ଗତ ରାତିରୁ ଆଜି ରାତି ପର୍ଯ୍ୟନ୍ତ ଏହାକୁ ଯଥାସମ୍ଭବ ସମ୍ପୂର୍ଣ୍ଣ ବନ୍ଦକୁ ପାଳନ ସହ ୭୨ରୁ ୧୦୮ଘଣ୍ଟା ବାହାରକୁ ନ ଆସିବା ପାଇଁ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି ।


