ଲଦାଖରେ ଭୂକମ୍ପ ଅନୁଭୂତ
ନୂଆଦିଲ୍ଲୀ, (ୱାଇଏନ୍ସ୍) ଆଜି ଭୋର୍ ୫.୧୧ ମିନିଟ୍ରେ ଲଦାଖ ଅଞ୍ଚଳରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୩.୬ ଥିବା ଜଣାପଡ଼ିଛି। ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିବା ଅନୁସାରେ, ଭୋର୍ ୫.୧୧ ମିନିଟ୍ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। କିନ୍ତୁ, ଏଥିଯୋଗୁଁ କେହି ମୃତାହତ ହୋଇଥିବା କିଂବା କିଛି ଧନସମ୍ପତ୍ତି ନଷ୍ଟ ହୋଇଥିବାର ଖବର ଏପର୍ଯ୍ୟନ୍ତ ଆସିନାହିଁ। ସୂଚନାଯୋଗ୍ୟ, ଗୋଟିଏ ପକ୍ଷ ବା ଦୁଇ ସପ୍ତାହ ମଧ୍ୟରେ ଲଦାଖ ଅଞ୍ଚଳରେ ଏହା ହେଉଛି ତୃତୀୟ ଭୂକମ୍ପନ। ଭୂମିକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଅତୀତରେ କଶ୍ମୀର ଉପତ୍ୟକାରେ ଭୂମିକମ୍ପଜନିତ ପ୍ରଭୂତ କ୍ଷୟକ୍ଷତି ହୋଇଛି।


