“ଲଭ୍ ଟ୍ରି ” ପ୍ରକୃତି ପ୍ରତି ସମର୍ପିତ ପ୍ରେମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶ୍ୱବ୍ୟାପୀ ଭାଲେଣ୍ଟାଇନ୍ ଡ଼େ’କୁ ପ୍ରେମ ଦିବସ ରୂପେ ପାଳନ କରାଯାଉଥିବା ବେଳେ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ରଙ୍ଗ, ବେରଙ୍ଗ ମୁରୁଜରେ ଲଭ୍ ଟ୍ରି ତିଆରି କରି ଆସ ଆମେ ପ୍ରକୃତିକୁ ପ୍ରେମ କରିବାର ବଳିଷ୍ଠ ବାର୍ତ୍ତା ଭାଲେଣ୍ଟାଇନ୍ ଦିବସରେ ପ୍ରଦାନ କରିଛନ୍ତି । ସ୍ମାର୍ଟ ସିଟି ଭୁବନେଶ୍ୱରର ପାର୍କ ଠାରୁ ମଲ୍ ଯାଏ ସବୁଠି ପ୍ରେମ ସମ୍ଭାଷଣ ପାଇଁ ଗୋଲାପ ଫୁଲ, ଗ୍ରୀଟିଙ୍ଗସ୍‌, ଉପହାର ଦିଆନିଆ ଭିତରେ ଭାଲେଣ୍ଟାଇନ୍ ଡ଼େ’ ପାଳନ ଦେଖିବାକୁ ମିଳିଥାଏ । ହେଲେ ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍‌-୨ ଠାରେ ରହୁଥିବା ସୁଶାନ୍ତ ହୃଦୟ ରୂପକ ବୃକ୍ଷକୁ ସ୍ଥାନିତ କରି ବିଶ୍ୱ ପ୍ରେମ ଦିବସରେ ଆସ ଆମେ ପ୍ରକୃତିକୁ ଭଲ ପାଇବାର ବାର୍ତ୍ତା ସହ ବୃକ୍ଷ ଉପହାର ଦେଇଛନ୍ତି । ପ୍ରେମ ଦିବସରେ ପ୍ରେମୀ ଯୁଗଳମାନେ ବୃକ୍ଷଟିଏ ଲଗାଇ ପ୍ରକୃତିକୁ ଭଲ ପାଇବାର ଭାବନା ପ୍ରଦର୍ଶିତ କରନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ