ଶଙ୍ଖ ପତ୍ରିକାର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବଳା ଗ୍ରାମପଞ୍ଚାୟତ ର କୁରୁଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କବି ସନ୍ତୋଷ ଚୌଧୁରୀ ଙ୍କ ଷଷ୍ଠ ମହାପ୍ରୟାଣ ଦିବସଓ ଶଙ୍ଖ ସାହିତ୍ୟ ପତ୍ରିକାର ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଶୁଭଶଙ୍ଖ ର ସଭାପତି ଡକ୍ଟର ତରୁଣ କୁମାର ଓଝା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଡକ୍ଟର ଶ୍ୟାମସୁନ୍ଦର ଦାସ ଓ ମୁଖ୍ୟ ବକ୍ତା ଭାବେ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ କାଦଡିହାର ଅଧକ୍ଷ ଡକ୍ଟର ଭାଗବତ ଲେଙ୍କା ଯୋଗ ଦେଇ ଶୁଭ ଶଙ୍ଖ ସାହିତ୍ୟ ଅନୁଷ୍ଠାନ ଓ କବି ସନ୍ତୋଷ ଚୌଧୁରୀ ଙ୍କ କାଳଜୟୀ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ l ମଣିଷର ମୃତ୍ୟୁ ହୁଏ ସତ୍ୟ କିନ୍ତୁ ସୁକର୍ମ ର ମୃତ୍ୟୁ ନାହିଁ ବୋଲି ମଞ୍ଚାସୀନଅନ୍ୟତମ ସମ୍ମାନିତ ଅତିଥି ଅଧ୍ୟାପିକା ଉଷା ଶତପଥୀ ଓ କବି ସନ୍ତୋଷ ଚୌଧୁରୀ ଙ୍କ ସାନଭାଇ ତଥା ପ୍ରମେୟର ମୟୂରଭଞ୍ଜ ର ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ଚୌଧୁରୀ ମତ ପ୍ରକାଶ କରିଥିଲେ l କବି ଶ୍ରୀ ଚୌଧୁରୀ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ମଧ୍ୟ ପ୍ରବୃତ୍ତି ରେ ଜଣେ ପ୍ରଭାବଶାଳୀ ସାରସ୍ଵତ ସାଧକ ଥିଲେ l ତାଙ୍କ ସାରସ୍ଵତ ସୃଷ୍ଟି ମଧ୍ୟରୁ “କବିତା ଦୁଇ ହୃଦୟର “ଚୁପ୍ ରୁହ ସମ୍ରାଟ ଶୋଇଇଛନ୍ତି ଓ ଶ୍ରୀମଦ୍ ଭାଗବତ ଗୀତା ର ଓଡ଼ିଆ ପଦ୍ୟାନୁବାଦ ଇତ୍ୟାଦି ସୃଷ୍ଟିର ମୃତ୍ୟୁ ନାହିଁ l ୨୦୧୬ ମସିହା ଆଜିର ଦିନରେ ତାଙ୍କର ଏକ ସଡ଼କଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା l ତାଙ୍କ ଦ୍ଵାରା ପ୍ରକାଶିତ ଶୁଭ ଶଙ୍ଖ ୧୯୯୪ ମସିହାରୁ ପ୍ରକାଶ ପାଇ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପାଠକୀୟ ଶ୍ରଦ୍ଧା ହାସଲ କରିପାରିଥିଲା l ସମାରୋହ ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଓ ଗଣେଶ ଙ୍କୁ ଧୂପ ଦୀପ ପ୍ରଜ୍ବଳନ ପୂର୍ବକ ରସମତଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବବିତା ଦାସ ଙ୍କ ମନ୍ତ୍ରଧ୍ଵନି ରେ ଆହୂତ କାର୍ଯ୍ୟ କ୍ରମ କୁ ରାଜ୍ୟ ବି ଇ ଡି ସଂଘ ର ସମ୍ପାଦକ ତଥା ପାଟବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଅତିଥି ପରିଚୟ ଓ ଆଜିର ସମାରୋହର ଆଭିମୁଖ୍ୟ ଜଣାଇ ଥିଲେ l ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟରେ ରସମ ତଳା ବିଦ୍ୟାଳୟର ନାମସି ତିରିଆ , ଚମ୍ପାରାଣୀ ଗାଗ୍ରାଇ,କୁରୁଳିଆ ବିଦ୍ୟାଳୟ ର ରୁଚିକା ବନ୍ଦ, ସ୍ୱର୍ଣ୍ଣପ୍ରଭା ଧଳ, ବାଦଲ ରୋସନ୍ ପାତ୍ର, ରାଜେଶ ମହାକୁଡ, ବାଦଲ କୁମାର ତିରିଆ, ଗାୟତ୍ରୀ ସି ଙ୍କୁ ଶୁଭସଂଖ ପ୍ରତିଭା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ସମାରୋହକୁ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୂର୍ଯ୍ୟମଣି ବେହେରା, ଶିକ୍ଷକ ବିଶ୍ୱଜିତ୍ ପାତ୍ର, ସୁନୀଲ କୁମାର ସର୍ଦାର, ଦେବାଶିଷ ମହାନ୍ତ, ସୁନୀଲ କୁମାର ମହାନ୍ତ, ଶିକ୍ଷୟତ୍ରୀ ସବିତା ମହାନ୍ତ, ଆକିଲା ଖାତୁନ୍, ଗୀତାଞ୍ଜଳୀ ସେଠୀ, ଶ୍ରାବଣୀ ଘୋଷ ତଥା ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମନୋଜ ମଞ୍ଜରୀ ବିଶ୍ଵାଳ, ସୁପ୍ରିୟା ସାହୁ, ଲଳିତା ପଣ୍ଡା, ପରମେଶ୍ୱର ଗିରି,ଭୀଷ୍ମ ମହାନ୍ତ, ନବକୁମାର ଦାସ, ରସାନନ୍ଦ ମହାନ୍ତ, କିଶୋର ଚନ୍ଦ୍ର ବେହେରା, ଚିରଞ୍ଜୀ ବେହେରା , ଜୟ ଦେବ ନାଏକ୍ ଓ ଯଶପାଲ୍ ସେଠୀ,ନରୋତ୍ତମ ନାଏକ ପ୍ରମୁଖ ପରିଚାଳନା ରେ ସାହାଯ୍ୟକରିଥିଲେ l ଶେଷରେ କରଞ୍ଜିଆ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ


