ଲିପଷ୍ଟିକ ଅନୁସାରେ ନାରୀର ଚରିତ୍ର
ନାରୀମାନେ ନିଜକୁ ସୁନ୍ଦରୀ ଭାବେ ସଜାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରଙ୍ଗର ବିନ୍ଦି, ଲିପଷ୍ଟିକ ସହିତ ମ୍ୟାଚ କରି ଡ୍ରେସ ଓ ଚପଲ ଆଦି ବ୍ୟବହାର କରିଥାନ୍ତି । ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କ ଚରିତ୍ର ସମ୍ପର୍କରେ ଧାରଣା କରାଯାଇପାରେ ।
ଲାଲ ଲିପଷ୍ଟିକ: ଏହାକୁ ଲଗାଉଥିବା ନାରୀ ବା ଯୁବତୀ ନିଜର ଭଲ ପାଇବାକୁ ପ୍ରକାଶ କରିଥାନ୍ତି । ନିଜକୁ ଅନ୍ୟମାନଙ୍କ ପାଖରେ ଲୁଚାଇବାକୁ ଚେଷ୍ଟା କରିନ୍ତିନି । ପ୍ରେମ ଓ ଜୀବନକୁ ନେଇ ବେଶ ଭାବପ୍ରବଣ ।
କଳା: ଏହା ଖୁବ କମ୍ ନାରୀ ପସନ୍ଦ କରନ୍ତି । ଯେଉଁମାନେ ପସନ୍ଦ କରନ୍ତି ସେମାନଙ୍କ ସ୍ୱଭାବ ନକାରାତ୍ମକ ।
ପିଙ୍କ: କମ୍ ବୟସର ନାରୀମାନେ ଏହି ରଙ୍ଗର ଲିପଷ୍ଟିକ ପସନ୍ଦ କରନ୍ତି । ଏହା ଶାନ୍ତ, ସ୍ୱାଭାବ ଓ ମାଧୁର୍ଯ୍ୟର ପ୍ରତୀକ । ଏମାନଙ୍କ ହୃଦୟ ଖୁବ ନରମ ଓ ସମ୍ବେଦନଶୀଳ ।
ବ୍ରାଉନ: ଯେଉଁମାନେ ସମ୍ଭ୍ରାନ୍ତ ଓ ମାର୍ଜିତ ସ୍ୱଭାବର ସେମାନେ ଏହି ରଙ୍ଗ ପସନ୍ଦ କରନ୍ତି । ପରିସ୍ଥିତି, ପରିବେଶ ଓ ପରିବାର ଲୋକଙ୍କ ସହିତ ଖାପ ଖୁଆଇ ଚଳନ୍ତି । ଉପସ୍ଥିତ ବୁଦ୍ଧି ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ କରିପାରନ୍ତି ।
ନ୍ୟୁଡ୍ ବା ନେଚୁରାଲ: ଏହି ରଙ୍ଗକୁ ପସନ୍ଦ କରୁଥିବା ମହିଳାମାନେ ଖୁବ ଆତ୍ମବିଶ୍ୱାସୀ । ମିଜାଜ ଥଣ୍ଡା । ଅଯଥା ସାଜସଜ୍ଜା ପସନ୍ଦ କରନ୍ତିନି ।
ପର୍ପଲ: ଏହାକୁ ପସନ୍ଦ କରୁଥିବା ମହିଳାମାନଙ୍କର ସ୍ୱଭାବ ଖୁବ ଜଟିଳ ଓ ଛଳନାମୟୀ । ଉପରେ ଗୋଟିଏ କଥା ମାତ୍ର ଭିତରେ ଗୋଟିଏ କଥା । ଏମାନେ ବିଶ୍ୱାସଯୋଗ୍ୟା ନୁହନ୍ତି ।
ଅରେଞ୍ଜ: ଏହାକୁ ପସନ୍ଦ କରୁଥିବା ନାରୀମାନେ ନିଜ ମନମର୍ଜିରେ ଚଳନ୍ତି । ଖୁବ ବେପରୁଆ । କୌଣସି କଥାକୁ ଖାତିର ନଥାଏ । ସାଲିସ ବିହୀନ ଜୀବନ ବିତାଇବାକୁ ଏମାନେ ପସନ୍ଦ କରନ୍ତି ।
କର୍ପୂର ଜଳାଇ ଝାଡୁରେ ପିଟି କରାଯାଇ ରାଗ ଚିକିତ୍ସା…
ଭାରତର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ସମ୍ପ୍ରତି ଅନେକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଥିଲେ ମଧ୍ୟ କେତେକ ଲାକେ କୁସଂସ୍କାର ତଥା ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହେଉଥିବା ଦୃଷ୍ଟିଗାଚର ହାଇଥାଏ । ମଧ୍ୟପ୍ରଦେଶ ବୈତୁଲ ଜିଲାର ମାଲାଜପୁରରେ ରହିଛି ଦେବଜୀ ମହାରାଜ ମନ୍ଦିର । ଏଠାରେ ପ୍ରତିଦିନ ବିଭିନ୍ନ ରାଗୀଙ୍କ ଗହଳି ହାଇଥାଏ । ଶରୀରରେ ସୃଷ୍ଟି ହେଉଥିବା ସମସ୍ତ ରାଗ ପାଇଁ ପ୍ରେତାତ୍ମା ଦାୟୀ ବାଲି ସେମାନେ ଭାବନ୍ତି । ମନ୍ଦିର ପୂଜାରୀ କର୍ପୂର ଜଳାଇ ଝାଡୁରେ ପିଟି ରାଗୀଙ୍କ ଚିକିତ୍ସା କରିଥାନ୍ତି । ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କୁ ରାଗରୁ ମୁକ୍ତି ମିଳିଥାଏ ବାଲି ତାଙ୍କର ରହିଛି ବିଶ୍ୱାସ । ଏଠାରେ ପ୍ରତିବର୍ଷ ଭୂତମେଳାର ଆୟାଜନ କରାଯାଇଥାଏ । ରାଗୀଙ୍କୁ ଲୁହା ଚେନ୍ରେ ବନ୍ଧାଯାଇ ଏକ ନିଦ୍ଦିଷ୍ଟ ସଂଖ୍ୟକ ଝାଡୁ ପାହାର ଦିଆଯାଇଥାଏ । ମେଳାରେ ବହୁ ଦୂର ଦୂରାନ୍ତରୁ ରାଗୀ ଆସି ରାଗମୁକ୍ତ ହାଇଥାନ୍ତି ବାଲି ସେଠାକାର ଲାକେ କହିଥାନ୍ତି ।


