ଲୁହାକୁ ସୁନାରେ ପରିଣତ କରୁଥିବା ଚମକ୍ରାରୀ ପାରସ ପଥର
(ଯୁଗାବ୍ଦ ନ୍ୟୁଜ ) , ଦୁନିଆରେ ଏପରି କିଛି ଚମକ୍ରାର ଜିନିଷ ଅଛି, ଯାହା ବିଷୟରେ ଲୋକେ କାହାଣୀରେ ପଢ଼ିଥିବେ । ଏପରି ଏକ ଚମକ୍ରାର ପଥର ହେଉଛି ପାରସ ପଥର । ପାରସ ପଥର ଲୁହାକୁ ସୁନା କରିଥାଏ । ଏହି ପଥର ବିଷୟରେ ଆପଣ ଅନେକ ପଢ଼ିଥିବେ । ମାତ୍ର ଏହି ପଥରକୁ ଖୋଜିବାରେ କେହି ସଫଳ ହୋଇନାହାନ୍ତି । ତେବେ ଏକ ଦୁର୍ଗରେ ଏହି ପଥର ଥିବା ଦାବି କରାଯାଉଛି । ଏଥିପାଇଁ ପ୍ରତିବର୍ଷ ଲୋକ ଏହି ବିଶ୍ୱାସ ନେଇ ଦୁର୍ଗ ଖୋଳିବାକୁ ଆସିଥାନ୍ତି ।ଭୋପାଳଠାରୁ ୫୦ କିଲୋମିଟର ଦୂର ରାଇସେନଠାରେ ଏହି ଦୁର୍ଗ ଅବସ୍ଥିତ । ଏହି ଦୁର୍ଗର ରାଜାଙ୍କ ପାଖରେ ପାରସ ପଥର ଥିଲା । ଏହାକୁ ନେବା ଲାଗି ଅନେକ ଥର ଯୁଦ୍ଧ ହୋଇଛି । ଏକଦା ରାଜା ଏହାକୁ ଦୁର୍ଗରେ ଫୋପାଡ଼ି ଦେଇଥିଲେ । ଏ ନେଇ ସେ କାହାକୁ ଜଣାଇ ନ ଥିଲେ । ପରେ ଯୁଦ୍ଧରେ ତାଙ୍କର ମୃତ୍ୟୁ ଘଟିଥିଲା । ଧୀରେ ଧୀରେ ଦୁର୍ଗ ମଧ୍ୟ ନଷ୍ଟ ହେବାରେ ଲାଗିଲା । ଏହା ପରେ ଅନେକ ରାଜା ଦୁର୍ଗରେ ପଥର ଖୋଜି ନିରାଶ ହୋଇଛନ୍ତି । ଲୋକେ ଏବେ ମଧ୍ୟ ସେହି ପାରସ ପଥର ଆଶାରେ ଦୁର୍ଗରେ ଘୂରିବୁଲନ୍ତି ।କୁହାଯାଏ କି, ଏହାକୁ ଖୋଜୁଥିବା ଲୋକ ସେମାନଙ୍କ ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି । ପ୍ରତ୍ନତତ୍ତ୍ୱବିତ୍ ଏ ନେଇ କୌଣସି ପ୍ରମାଣ ମିଳି ନ ଥିବାବେଳେ ଲୋକେ ଲୁଚିଲୁଚି ପାରସ ଖୋଜିବାକୁ ଯାଇଥାନ୍ତି ।


