ଲୋକଙ୍କୁ ମିଳୁନି ପାନୀୟ ଜଳ : କାମ ନ ସରୁଣୁ ଫଳକ ଲେଖା ସରିଛି

ମୋହନା, (ଅଂଶୁମାନ ପଣ୍ଡା) :-କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଗାଁର ଘର ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ହେଲେ ଗାଁ ଗୁଡ଼ିକୁ ପାନୀୟ ଜଳ ଯୋଗାଣ ନାରେ ପଞ୍ଚାୟତ ଅଧିକାରୀ ଓ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଜାଲ ବିଲ କରି ଟଙ୍କା ଲୁଟିବାରେ ଲାଗିଛନ୍ତି । କିଛି ଦିନ ତଳେ ପ୍ରତ୍ୟକ ବ୍ଳକରେ ବିଶ୍ଵ ଜଳ ଦିବସ ପାଳିତ ହୋଇଥିବା ବେଳେ ଗାଁଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି । ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତ ଅନ୍ତର୍ଗତ କିର୍ତ୍ତିଙ୍ଗୀ ଗ୍ରାମ । ଏହାର ଗୋଟିଏ ସାହିରେ ୭୦ଘର ଲୋକେ ବାସ କରନ୍ତି । ଏଠି ୨ଟି ନଳକୂପ ରହିଛି। ଯାହାକି ପାଣି ଯୋଗାଇବାରେ ଅସମର୍ଥ । ଗାଁ ମୁଣ୍ଡରେ ୨୦୨୦ – ୨୧ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବିନିମୟରେ ଏକ ପାଣି ଟାଙ୍କି ନିର୍ମାଣ ହୋଇଛି । ହେଲେ ଟାଙ୍କିରେ ନାହିଁ ପାଣି । ଷ୍ଟାଣ୍ଡ ପାଇପ ଗୁଡିକ ଖୋଲା ମେଲାରେ ପଡି ରହିଛି । ଯନ୍ତ୍ରୀ ଓ ପଞ୍ଚାୟତ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଲୋକେ କେବେ ପାଇବେ ପାଣି ତାହାକୁ ଚାହିଁ ବସି ଚୁକ୍ତ ଗାଁ ଲୋକେ । ତଦନ୍ତ ହେଲେ ସବୁ ତଥ୍ୟ ପଦାକୁ ଆସିବ ବୋଲି ଲୋକେ କହିଛନ୍ତି ।
5 Attachments
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ