ଓଡ଼ିଆ ଖାଦ୍ୟ ପଖାଳର ବହୁ ପ୍ରାସଙ୍ଗିକତା ରହିଛି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଆ ନାଗରିକ ମହାମଞ୍ଚ କାର୍ଯ୍ୟାଳୟ ପରିସରରେ ଆୟୋଜିତ “ଓଡ଼ିଆ ଜନଜୀବନରେ ପଖାଳ – ତା’ର ପୌରାଣିକ, ଐତିହାସିକ, ଆଧ୍ୟାତ୍ମିକ ଓ ବୈଜ୍ଞାନିକ ପୃଷ୍ଠଭୂମି” ଶୀର୍ଷକ ବିଷୟବସ୍ତୁରେ ଆଲୋଚନା ସଭା ଓ ପଖାଳ ପଙ୍ଗତ ସମାବେଶରେ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧିତ୍ସୁ ମାନସିକତା ବିଜଡ଼ିତ ବ୍ୟକ୍ତିତ୍ୱ ସମ୍ମାନଷ୍ପଦ ସୁଦର୍ଶନ ସାହୁ, କଳାଭୂଷଣ ସମ୍ମାନାର୍ଜିତ ବହୁମୁଖୀ ପ୍ରତିଭାଦୀପ୍ତ, ବିଶେଷ କରି ଅଧ୍ୟାପନା, ଚଳଚ୍ଚିତ୍ର ଅଭିନୟ, ନାଟ୍ୟକାର ଡଃ ଜ୍ଞାନରଞ୍ଜନ ପଲେଇ, ଅନ୍ୟତମ ଗବେଷକ ପ୍ରବୀଣ ସାରସ୍ୱତ ସାଧକ ଅମରେଶ ବିଶ୍ୱାଳ, ଆଦର୍ଶ ପ୍ରଧାନ ଶିକ୍ଷକ ଦିଗାମ୍ବର ପଲାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଖାଳ ସମାବେଶର ଦୁଇ ପ୍ରଚୋଦକ ଶ୍ରୀଯୁକ୍ତ ତ୍ରିନାଥ ଲେଙ୍କା ଓ ଶ୍ରୀଯୁକ୍ତ ରମେଶ ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମାବେଶରେ ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ଓଡ଼ିଶା ନାଗରିକ ମହାମଞ୍ଚ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜନନେତା ଡାକ୍ତର ଦାମୋଦର ରାଉତ, ଐର ଖାରବେଳ ସ୍ୱାଇଁ, ଆଲେଖ୍ୟ ସ୍ରଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଜାନକୀଶ୍ ବଡ଼ପଣ୍ଡା, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ନେତା ରାମକୃଷ୍ଣ ପଣ୍ଡା, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳୀ ସଭାପତି ସୀତା ବଲ୍ଲଭ ମହାପାତ୍ର, ରାଜଧାନୀ ବୌଦ୍ଧିକ ସମାବେଶର ସାଧାରଣ ସମ୍ପାଦକ ଲିଙ୍ଗରାଜ ଟାଟା, ସମ୍ପାଦକ ରାହୁଲ ବେହେରା, ମୁଖପାତ୍ର ବିମଳ ପ୍ରସାଦ ପ୍ରଧାନ, କୋଷାଧ୍ୟକ୍ଷ ଶରତ ରାଉତ, କବି ରାମନାରାୟଣ ମିଶ୍ର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଆବାହକ ନାରାୟଣ ଓଝା, ନାଗରିକ ମହାମଞ୍ଚ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବିଶ୍ୱାଳ, ମୁଖପାତ୍ର ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, କଳିଙ୍ଗ ପାଇକ ସଙ୍ଗଠନର ଉପସଭାପତି ଅମରେନ୍ଦ୍ର ମହାପାତ୍ର, ପ୍ରତିଷ୍ଠାତା ସଦସ୍ୟ ଇଂ ଶିଶିର ନାୟକ, ରାଜେନ୍ଦ୍ର କୁମାର ସାମନ୍ତରାୟ, ଅମୀନ ବରିଶଲ, ବିଶ୍ୱଜିତ ସ୍ୱାଇଁ, ଶ୍ରୀରଞ୍ଜନ ମଙ୍ଗରାଜ, ଗିରୀଶ ମିଶ୍ର, ଅଧ୍ୟାପକ ଡଃ ସୁନୀଲ ସାହୁ ପ୍ରମୁଖ ଓଡ଼ିଆ ସଂସ୍କୃତିରେ ପଖାଳର ବିଶେଷତ୍ୱ, ଜଗନ୍ନାଥଙ୍କ ନୀତିକାନ୍ତିରେ ଏହାର ସମୁଜ୍ଜ୍ୱଳ ଉପସ୍ଥିତି ଉପରେ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ । ଏଠାରେ କଂସା ଶିଳ୍ପର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଯୁବ ସାମ୍ବାଦିକ ଦେବାଶିଷ ରାଉତ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


