ଶଙ୍କର୍ଷଣଙ୍କୁ ମିଳିଲା ଟ୍ରାଇସାଇକେଲ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ଦିବ୍ୟାଙ୍ଗ ଶଙ୍କର୍ଷଣ ବେହେରାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ବିଡିଓ ଅଙ୍କିତା ବାରିକ, ଅତିରିକ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ ଓ ବ୍ଲକର ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ନିଶାକର ଖୁଣ୍ଟିଆଙ୍କ ଉପସ୍ଥିତିର ଏହି ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା ।


