ଶାଳଣିଆଁ ପଞ୍ଚାୟତରେ ପଞ୍ଚାୟତରାଜ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :-ଶାଳଣିଆଁ ପଞ୍ଚାୟତରେ ଜାତୀୟ ପଞ୍ଚାୟତରାଜ ଦିବସ ଓ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପିଇଓ ଶରତ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୁମିତ୍ରା ଜେନା, ସମିତିସଭ୍ୟ ଦିବ୍ୟଦର୍ଶନ ଜେନା, ନାଏବ ସରପଞ୍ଚ ବାସନ୍ତୀ ରାଉଳ, ସମାଜସେବୀ ଯୋଗେନ୍ଦ୍ର ବେହେରା, ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକ, ପ୍ରଦୀପ ବେହେରା, ଅମରବର ସେଠୀ, ସରୋଜ ନାୟକ, ପ୍ରଶାନ୍ତ ଦେହୁରୀଙ୍କ ସମେତ ସମସ୍ତ ୱାର୍ଡସଭ୍ୟସଭ୍ୟା ମାନେ ଯୋଗଦେଇ ପଞ୍ଚାୟତର ବିକାଶ ପାଇଁ ଆଲୋଚନା କରିଥିଲେ । ଏହି ଅବସରରେ ନୁତନ ପ୍ରକଳ୍ପର ଚିଠା ଅନୁମୋଦନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ