ନବମ ଦଶମ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବେ କେବେ ?

ହାଟଡିହି, (ବିକାଶ ବିଶ୍ୱାଳ) :-ସଂପ୍ରତି ସରକାରଙ୍କ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚାଲୁ ରହିଥିବାବେଳେ କେନ୍ଦୁଝର ଜିଲ୍ଲାରେ ଡିଏମଏଫ ଯୋଜନାରୁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରାଯିବାକୁ ଘୋଷଣା କରାଯାଇଥିଲେବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲାନି । ୨୦୨୧/୨୨ ଶିକ୍ଷା ବର୍ଷରେ ଜିଲ୍ଲାର ସମସ୍ତ ହାଇସ୍କୁଲ ମାନଙ୍କୁ ଡିଏମଏଫରୁ ମଧ୍ୟାହ୍ନ ଭୋଜନ ଦୋବାପାଇଁ ସ୍ୱତନ୍ତ୍ର ବ୍ୟାଙ୍କ ପାସବୁକ ଖୋଲିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଯିବା ସହ ଜିଲ୍ଲାର ପ୍ରତ୍ୟେକ ସ୍କୁଲ କର୍ତ୍ତୁପକ୍ଷ ବ୍ୟାଙ୍କରେ ଏମଡିଏମ (ଡିଏମଏଫ) ପାସବୁକ ଖୋଲିଥିଲେ । ଏପରିକି ପ୍ରତି ସ୍କୁଲର ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ନିଆଯାଇଥିଲା । କିନ୍ତୁ ଅଦ୍ୟାବଧି ଏହି ଯୋଜନା କାର୍ଯ୍ୟକାରୀ ହେଲାନି , ଫଳରେ ଛାତ୍ରଛାତ୍ରୀ ମାନଙ୍କ ଆଶା ଆଶାରେ ରହିଗଲା । ନୁତନ ଶିକ୍ଷାବର୍ଷରୁ ଏହି ଯୋଜନା କାର୍ଯ୍ରକାରୀ କରାଯିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ