ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମହାବିଷୁବ ମିଳନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ଓ ପୁରାତନ ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମହାବିଷୁବ ମିଳନ ମହା ସମାରୋହରେ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବରେ ସଂସଦର ସଭାପତି ଡ଼.ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଏବଂ ଉତ୍କଳ ସମ୍ମିଳନୀର ସଭାପତି କୌଶିକ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ କୁହୁଡି ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ଚନ୍ଦ୍ରଶେଖର ଦାଶ ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ସାରଗର୍ଭକ ଭାଷଣ ପ୍ରାମାଣିକ ଓ ଶାସ୍ତ୍ରସମ୍ମତ ରୂପରେ ବକ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ସାହିତ୍ୟ ଉପରେ ଚର୍ଚ୍ଚା କରିଥିଲେ ।ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସମ୍ପାଦକ ରବୀନ୍ଦ୍ରନାଥ ରଥ ବାର୍ଷିକ ବିବରଣୀ ପଠନ କରିଥିଲେ। ପରେ ପରେ ଅନୁଷ୍ଠାନର ମୁଖପତ୍ର”କୁରେଇ”କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା l ଦାରିଙ୍ଗବାଡି ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରତାପ କୁମାର ବେହେରା, ଫିରିଙ୍ଗିଆ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ବିଭୂତିଭୂଷଣ ଶତପଥୀ, ମୁଖ୍ୟବକ୍ତା ଡ଼.ଚନ୍ଦ୍ର ଶେଖର ଦାଶଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ଓ ପଣା ସେବନ ପରେ ଉପ ସଭାପତି ପ୍ରହ୍ଲାଦପ୍ରସାଦ ଲେଙ୍କାଙ୍କ ସଭାପତିତ୍ବ ରେ ସ୍ବରଚିତ କବିତା ପାଠରେ ଦୀପ୍ତିମୟୀ ରଥ ଓ ସସ୍ମିତା ପଣ୍ଡାଙ୍କ ବଳିଷ୍ଠ ସଂଯୋଜନାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ସଭାପତି ରବୀନ୍ଦ୍ରନାଥ ମିଶ୍ର, ସମ୍ପାଦକ ବନବିହାରୀ ନନ୍ଦ, ମିହିର ପାଢ଼ୀ, ରବୀନ୍ଦ୍ରନାଥ ରଥ, ସତ୍ୟନାରାୟଣ ତ୍ରିପାଠୀ ରଞିତ ପ୍ରଧାନ, କୈଳାସ ଚନ୍ଦ୍ର ବେହେରା, ବିଭୂତିଭୂଷଣ ଶତପଥୀ, ସନ୍ତୋଷ କୁମାର ଦାସ, ଉତ୍ସବ ଚନ୍ଦ୍ର ଜେନା ରୂପେଶକୁମାର ତ୍ରିପାଠୀ,ଡ଼.ବିଶ୍ଵେଶ୍ଵର ଆଚାର୍ଯ୍ୟ,ପ୍ରତ୍ୟୁଷ ରଞନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର କବିତା ଆବୃତ୍ତି କରିଥିଲେ। ଶେଷରେ କୈଳାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ