ଶାସକ ଦଳରୁ ମାଳ ମାଳ ସରପଞ୍ଚ ପ୍ରାର୍ଥୀ : ଚିନ୍ତାରେ ଭୋଟର

ହାଟଡିହି, (ବିକାଶ ବିଶ୍ୱାଳ) :-ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ଶାସକ ଦଳରୁ ମାଳ ମାଳ ପ୍ରାର୍ଥୀ ହୋଇଥିବାରୁ ଚିନ୍ତାରେ ପଡି ଯାଇଛନ୍ତି ଭୋଟର । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୩୧ଟି ପଞ୍ଚାୟତରେ ଏବେ ଠାରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି । ୩୧ଟି ପଞ୍ଚାୟତରେ ୧୨୩ଜଣ ସରପଞ୍ଚ ପ୍ରାର୍ଥୀ ହୋଇଥିବାବେଳେ ସମିତିସଭ୍ୟ ପାଇଁ ୧୪୧ଜଣ ପ୍ରାର୍ଥୀ ନିର୍ବାଚନରେ ଅବତିର୍ଣ୍ଣ ହୋଇଛନ୍ତି । ସେଥି ମଧ୍ୟରୁ କେବଳ ଗୋଟିଏ ଦୁଇଟି ପଞ୍ଚାୟତରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ ଆଉ କିଛି ପଞ୍ଚାୟତରେ ତ୍ରିମୂଖି ପ୍ରତିଦ୍ୱନ୍ଦିତା ହେଉଛି । କିନ୍ତୁ ଅଧିକାଶଂ ପଞ୍ଚାୟତରେ ୪ରୁ ୫ ଓ କିଛି ପଞ୍ଚାୟତରେ ୬/୭ଜଣ ଲେଖାଏଁ ପ୍ର୍ରତିଦ୍ୱନ୍ଦିତା କରୁଛନ୍ତି । କିଏ କହୁଛି ମୁଁ ଶାସକ ବିଜେଡି ଦଳର ତ ଆଉ କିଏ କହୁଛି ମୋ ଉପରେ ବିଧାୟକଙ୍କ ଆଶିର୍ବାଦ ଅଛି । ଗୋଟିଏ ଗୋଟିଏ ପଞ୍ଚାୟତରେ ୩ /୪ଜଣ ଲେଖାଏଁ ଶାସକ ବିଜେଡି ଦଳର ଉତ୍ତରୀୟ ପକାଇ ବୁଲୁଥିବା ଦେଖିବାକୁ ମିଳିଛି । ଏପରିକି ଏକାଧିକ ପ୍ରାର୍ଥୀ ନିଜ ନିଜ ବ୍ୟାନରରେ ବିଜୁବାବୁ, ନବୀନ ବାବୁ ଓ ସ୍ଥାନୀୟ ବିଧାୟକଙ୍କ ଫଟୋ ଲଗାଇ ଥିବାରୁ ଭୋଟର ମାନେ କିଏ ଶାସକ ଦଳର ପ୍ରାର୍ଥୀ ତାହା ଜାଣିପାରୁ ନାହାନ୍ତି । ଯାହାକୁ ନେଇ ଭୋଟର ମାନେ ଚିନ୍ତାରେ ପଡିଛନ୍ତି । ଏହି ବ୍ଲକର ପଞ୍ଚୁଗୋଛିଆ, ଅକରୁଆ, ବଞ୍ଚୋ, ବଡରମ୍ପାସ, ହାଟଡିହି, ଆମ୍ବୋ, ପନ୍ଦାଡୋ, ମରୈଗାଁ, ସୋସୋ, ସୁଲଣ, ଓରାଳି,ଜମ୍ଭୀରା ଆଦି ପଞ୍ଚାୟତରେ ଦେଖିବାକୁ ମିଳିଛି । ଅକରୁଆ ପଞ୍ଚାୟତରେ ତିନିଜଣ ପ୍ରାର୍ଥୀ ଶାସକ ଦଳର କହିବୁଲୁଥିବାବେଳେ ପନ୍ଦାଡୋ ପଞ୍ଚାୟତରେ ଦୁଇଜଣ ଶାସକ ଦଳର ବୋଲି କହୁଛନ୍ତି । ଯଦିଓ ସରପଞ୍ଚ, ସମିତିସଭ୍ୟ ପଦବୀ ନିର୍ବାଚନ ଦଳୀୟ ଚିହ୍ନରେ ଲଢ଼ାଯାଉ ନାହିଁ ତଥାପି ବିଭିନ୍ନ ଦଳର ସମର୍ôଥତ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇଛନ୍ତି । ଅଧିକାଶଂ ପ୍ରାର୍ଥୀ କହୁଛନ୍ତି ଯେ ଆମେ ଶାସକ ଦଳର ତେଣୁ ଆମକୁ ଭୋଟ ଦିଅ ବୋଲି ଘରଘର ବୁଲି ପ୍ରଚାର କରୁଛନ୍ତି । ଏପରିକି ଏହିସବୁ ପ୍ରାର୍ଥୀଙ୍କର ପୁସିଙ୍ଗ କାର୍ଡ ଗୁଡିକ ମଧ୍ୟ ଗୋଟିଏ ସମାନ ରଙ୍ଗର ହୋଇଛି । ଏହି ସମୟରେ ଜିଲ୍ଲାପରିଷଦ ପ୍ରାର୍ଥୀ ମାନଙ୍କ ସହିତ ବୁଲିବାକୁ ନେଇ ମଧ୍ୟ ଦ୍ୱନ୍ଦ ଉପୁଜୁଛି । ଜିଲ୍ଲାପରିଷଦ ପ୍ରାର୍ଥୀ ବୁଲିବାକୁ ଯିବାବେଳେ ତାଙ୍କ ସଂଙ୍ଗରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ବୁଲୁଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଉଛି । ଯାହାକି ଭୋଟର ମାନେ କାହାକୁ ଶାସକଦଳର ବୋଲି ଜାଣିବେ ତାକୁ ନେଇ ଦ୍ୱନ୍ଦରେ ପଡିଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ