ଶିକ୍ଷକ ନିଯୁକ୍ତିକୁ ନେଇ ଗ୍ରାମବାସୀଙ୍କ ବିରୋଧ; ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁନ୍ଦରାପାଳ ନୁତନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିକୁ କେନ୍ଦ୍ରକରି ଉତ୍ତେଜନା ଦେଖା ଦେଇଥିବାବେଳେ ଗ୍ରାମବାସୀମାନେ ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ବିଦ୍ୟାଳୟଟି ସୁଚାରୁରୁପେ ଚାଲୁଥିବାବେଳେ ନୁତନ କରି ଜଣେ ପ୍ରଧାନ ଶିକ୍ଷକଙ୍କୁ ଏହି ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ପ୍ରଧାନ ଶିକ୍ଷକ ଜଣକ ଆଜି କାର୍ଯ୍ୟରେ ଯୋଗଦେବାକୁ ଯାଇଥିବାବେଳେ ଗ୍ରାମବାସୀମାନେ ତାଙ୍କୁ ସ୍କୁଲ ଭିତରକୁ ପୁରାଇ ଦେଇ ନଥିଲେ । ଫାଟକରେ ତାଲା ପକାଇ ଗେଟ ସମ୍ମୁଖରେ ବସିଯିବାରୁ ଯୋଗଦେବାକୁ ଆସିଥିବା ପ୍ରଧାନ ଶିକ୍ଷକ ଜଣକ ବାଧ୍ୟହୋଇ ଫେରିଯାଇଥିଲେ । ଏହି ଶିକ୍ଷକଙ୍କ ନାମରେ ପୁର୍ବରୁ ଅନେକ ଅଭିଯୋଗ ଥିବା ଓ ତାଙ୍କ ସ୍ତ୍ରୀ ଶିକ୍ଷୟତ୍ରୀ ଭାବେ ଏଠାରେ କାର୍ଯ୍ୟ କରୁଥିବାରୁ ଆମେ ସେ ଶିକ୍ଷକଙ୍କୁ ଚାହୁଁ ନାହୁଁ ବୋଲି ଗ୍ରାମବାସୀମାନେ କହିଛନ୍ତି । ସେ ଏଠାରେ ଯୋଗଦେଲେ ଆମ ସ୍କୁଲର ଅଧପତ୍ତନ ଘଟିବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ବିକ୍ଷୋଭରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ଜେନା, ମୋତି ନାଇକ, ମୁକ୍ତିକାନ୍ତ ନାଇକ, ସନ୍ଧ୍ୟାରାଣୀ ମହାରଣା, ମିନତୀ ନାଇକ, ମିନତୀ ମୁଣ୍ଡା, କାହ୍ନୁ ହୋ, ଚମ୍ପା ପାତ୍ର, ସରସ୍ୱତୀ ବେହେରା, ସବନ ହୋ, ରତ୍ନାକର ନାଇକ, ଧନେଶ୍ୱର ନାଇକ, ଅନନ୍ତ ଚନ୍ଦ୍ର ନାଇକ, କୈଳାଶ ନାଇକ, କରୁଣାକର ନାଇକ, ଗଣେଷ ନାଇକ, ବାସନ୍ତୀ ନାଇକ, କମଳା ନାଇକ, ଜଗବନ୍ଧୁ ବିରୁଆ, ମିନତୀ ବେହେରା, ସୁକୁମାରୀ ମୁଣ୍ଡା, ପ୍ରମିଳା ବେହେରା, ମମତା ବେହେରା, ମାମା ଗିରି, ଜେମାମଣି ବେହେରା, ଦାମ ବେହେରା, ସତ୍ୟାନନ୍ଦ ବେହେରା, ମନ ପାତ୍ର, ଜେମା ନାଇକଙ୍କ ସମେତ ଶତାଧିକ ଗ୍ରାମବାସୀ ଧାରଣାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ