ସୂର୍ଯ୍ୟୋଦୟ ପୂର୍ବରୁ କାହିଁକି ଦିଆଯାଏ ଫାଶୀ?

ଆମ ଦେଶରେ ଜଘନ୍ୟ ଅପରାଧ କରିଥିବା ଅପରାଧୀଙ୍କୁ ଫାଶି ଦଣ୍ଡ ମିଳିଥାଏ । ଫାଶୀ ସାଧାରଣତଃ ସୂର୍ଯ୍ୟୋଦୟ ପୂର୍ବରୁ ଦିଆଯାଇଥାଏ । ଫାଶୀ ଦେବା ପାଇଁ ଜଣେ ଜହ୍ଲାଦ ରହିଥାନ୍ତି । ଡାକ୍ତରୀ ଟିମ୍ଙ୍କ ପରୀକ୍ଷା ପରେ ଅପରାଧୀଙ୍କୁ ଫାଶୀ ଦିଆଯାଇଥାଏ । ଫାଶୀ ସମୟରେ ଉକ୍ତ ସ୍ଥାନରେ ହାତ ଗଣତି ଅଧିକାରୀ ହିଁ ଉପସ୍ଥିତ ରହନ୍ତି । ତେବେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ କାହିଁକି ଫାଶୀ ଦିଆଯାଇଥାଏ ସେ ସମ୍ପର୍କରେ ଜାଣିଛନ୍ତି କି? ଆସନ୍ତୁ ଜାଣିବା ଏପରି କାହିଁକି ହୋଇଥାଏ ।
ପ୍ରଶାସନିକ କାରଣ: ଜେଲ ଅଧିକାରୀଙ୍କ ପାଇଁ ଫାଶୀ ଦେବା ବହୁତ ବଡ଼ କାମ । ଏଥିପାଇଁ ସକାଳ ହେବା ପୂର୍ବରୁ ଏହା ଶେଷ କରିଦେଇଥାନ୍ତି । ଏପରି କରିବାର କାରଣ ହେଲା ଜେଲରେ ଥିବା ଅନ୍ୟ କଏଦୀ ଓ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିନଥାଏ । ଏହା ବାଦ ଫାଶୀ ପୂର୍ବରୁ ଅପରାଧୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ପ୍ରକାର ରେଜିଷ୍ଟ୍ରେସନ୍ ଏଣ୍ଟ୍ରି ମଧ୍ୟ କରାଯାଇଥାଏ । ଫାଶୀ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥାଏ । ଏସବୁ କାମ ସୁବିଧାରେ ହୋଇଯିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଫାଶୀ ଦିଆଯାଇଥାଏ ।ନୈତିକ କାରଣ: ଫାଶୀ ପାଇଁ ଅପରାଧୀଙ୍କୁ ପୂରାଦିନ ଅପେକ୍ଷା କରିବାକୁ ଦେବା ମାନବିକତା ନୁହେଁ । ଏହା ତାଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ବିଳମ୍ବିତ ରାତିରୁ ଉଠାଇ ନିତ୍ୟକର୍ମ କରାଯାଇ ଫାଶୀ ଦିଆଯାଇଥାଏ । ଏହା ଦ୍ୱାରା ତାଙ୍କ ଅନ୍ତିମ ସଂସ୍କାର କରିବାକୁ ପରିଜନଙ୍କୁ ସମୟ ମିଳିଥାଏ ।
ସାମାଜିକ କାରଣ: କାହାକୁ ଫାଶୀ ଦିଆଯିବା ବହୁତ ବଡ଼ କଥା । ଏହାର ଖରାପ ପ୍ରଭାବ ସମାଜ ଉପରେ ନ ପଡ଼ିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ଫାଶୀ ଦିଆଯାଇଥାଏ । ଲୋକେ ଜାଣି ପ୍ରତିକ୍ରିୟା ଦେବା ପୂର୍ବରୁ ଜେଲ ଅଧିକାରୀମାନେ ଫାଶୀ ଦେଇସାରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ